Masthead

ଓଡ଼ିଆ ପୁଅର ବୀରତ୍ୱର ଗାଥା ସୁନାବେଶ

ପୁରୀ(ବଡ଼ଖବର ବ୍ୟୁରୋ):) ସୁନାବେଶରେ ଝଲସୁଛନ୍ତି ବିଶ୍ୱନିୟନ୍ତା ମହାବାହୁ । ଅପୂର୍ବ ସୌନ୍ଦର୍ଯ୍ୟରେ ଚମକୁଛନ୍ତି ନୀଳାଦ୍ରିଶ । ମହଣ ମହଣ ସୁନାରେ ସଜ୍ଜିତ ହୋଇଛନ୍ତି ତିନି ଠାକୁର । ଅପୂର୍ବ ବେଶ ଦେଖି ଭକ୍ତ ବିଭୋର । ଠାକୁରଙ୍କୁ ଲାଗି ହେଉଥିବା  ପ୍ରତ୍ୟେକଟି ସୁନାରେ ରହିଛି ଓଡ଼ିଆର ଛାପ । ଏହି ବେଶ ଯେତିକି ମନୋରମ, ଏହାର ଇତିହାସ ମଧ୍ୟ ସେତିକି ରୋଚକପୂର୍ଣ୍ଣ । ଶ୍ରୀଜିଉମାନଙ୍କର ଏହି ବେଶ ବିଶ୍ୱରେ ବିରଳ । ସମ୍ରାଟ ଅନଙ୍ଗଭୀମ ଦେବ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଉତ୍କଳର ସମ୍ରାଟ’ ବା ‘ଲର୍ଡ ଅଫ ଦି ନେସନ’ ଭାବେ ଘୋଷଣା କରିଥିଲେ ।

ଏହାକୁ ବାସ୍ତବ ରୂପ ଦେଇଥିଲେ ଉତ୍କଳର ପରବର୍ତ୍ତୀ କପିଳେନ୍ଦ୍ର ଦେବ । ୧୪୬୦ ମସିହାରେ ସେ ଶ୍ରୀଜିଉମାନଙ୍କୁ ସମ୍ରାଟ ବେଶରେ ସଜାଇଥିଲେ । ତାଙ୍କର ଶାସନକାଳରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ସୁନାବେଶ ପରମ୍ପରା । ଦାଧିଣାତ୍ୟ ଜୟକରି ରାଜା ନିଜକୁ ସମ୍ରାଟ ଘୋଷଣା କରିବା ସହ ଶ୍ରୀକ୍ଷେତ୍ର ପୁରୀକୁ ବୋହି ଆଣିଥିଲେ ମହଣ ମହଣ ସୁନା ଅଳଙ୍କାର । ୧୬ଟି ହାତୀରେ ଆସିଥିଲା ମୂଲ୍ୟବାନ ଅଳଙ୍କାର । ଯେଉଁଥିରେ ଥିଲା ସୁନା, ରୁପା, ହୀରା ମୋତି, ମାଣିକ୍ୟ ପରି ଅନେକ ମୂଲ୍ୟବାନ ଅଳଙ୍କାର । ସବୁ ଅଳଙ୍କାର ସେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିଥିଲେ । ରଥାରୁଢ ଜିଉମାନଙ୍କୁ ଳାଗି ହୋଇଥିବା ସ୍ୱର୍ଣ୍ଣ ଅଳଙ୍କାରରେ ରହିଛି ଓଡ଼ିଆ ପୁଅର ବୀରତ୍ୱର ଗାଥା । ପ୍ରଭୁ ସମସଗ୍ର ବିଶ୍ୱକୁ ଜଣାଇଦେଉଛନ୍ତି ଓଡ଼ିଆର ପୁଅର ତାକତ ଓ ଗରିମା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ