Masthead

ଆଜି ବିରୋଧୀ ମେଣ୍ଟ ଇଣ୍ଡିଆର ବୈଠକ, ହୋଇପାରେ ଲୋଗୋ ଉନ୍ମୋଚନ

ମୁମ୍ବାଇ  (ବଡ଼ ଖବର ବ୍ୟୁରୋ): ୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ପାଖେଇ ଆସୁଛି । ଆଜିଠୁ ମୁମ୍ବାଇରେ ଦୁଇ ଦିନିଆ ବିରୋଧୀ ଦଳ ବୈଠକ । ସାମିଲ ହେବେ ୨୬ରୁ ଅଧିକ ବିରୋଧୀ ଦଳ । ବୈଠକରେ ଇଣ୍ଡିଆ ମେଣ୍ଟର ୨୬ଟି ଦଳ ମଧ୍ୟରେ ଆସନ ବୁଝାମଣା ସହ ମେଣ୍ଟର ଚିହ୍ନ ଉନ୍ମୋଚନ ହୋଇପାରେ । ଏହି ବୈଠକ ମୁମ୍ବାଇରେ ହେଉଥିବାରୁ ତିନି ମହାବିକାଶ ଅଘାଡ଼ି ଦଳ କଂଗ୍ରେସ, ଏନସିପି ଓ ଶିବସେନା ଏହି ଦାୟିତ୍ୱ ତୁଲାଉଛନ୍ତି ।

ବୈଠକରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ ଯୋଗ ଦେବେ । ଯେଉଁଠାରେ ମିଳିତ ବିରୋଧୀ ମେଣ୍ଟ ପ୍ରତିଦ୍ୱନ୍ଦିତା କରିବ ସେଠାରେ କୌଣସି ଦଳ ପରିବର୍ତ୍ତେ ଇଣ୍ଡିଆ ମେଣ୍ଟ ପତାକା କିମ୍ବା ସଙ୍କେତ ବ୍ୟବହାର ହେବ । ଏଥିପାଇଁ ଆଶୋକ ଚକ୍ର ବିନା ତ୍ରିରଙ୍ଗାକୁ ମେଣ୍ଟ ପତାକା ଭାବେ ସ୍ଥିର କରିବାକୁ ପ୍ରସ୍ତାବ ରହିଛି । ଯେଉଁସବୁ ରାଜ୍ୟରେ ନିର୍ଦ୍ଦିଷ୍ଟ କୌଣସି ଦଳ ପ୍ରତିଦ୍ୱନ୍ଦିତା କରିବ ସେଠାରେ ନିଜ ଦଳର ପତାକା ବ୍ୟବହାର ହେବ ।

ଏହାବ୍ୟତୀତ ବିରୋଧୀ ମେଣ୍ଟର ଜଣେ ଅଧ୍ୟକ୍ଷ ରହିବେ ଏବଂ ଆଞ୍ଚଳିକ ସ୍ତରରେ ୫ ଜଣ ସଂଯୋଜକ ନିଯୁକ୍ତି ପାଇଁ ବୈଠକରେ ନିଷ୍ପତ୍ତି ହୋଇପାରେ । ସେପଟେ ବୈଠକ ପୂର୍ବରୁ ବୁଧବାର ତିନି ଦଳର ନେତା ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ଶିବସେନା ନେତା ଆଦିତ୍ୟ ଠାକରେ, ସଞ୍ଜୟ ରାଉତ, ନାନା ପାଟୋଲେ, ଅଶୋକ ଚୌହାନ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ବୈଠକରେ କ’ଣ ଆଲୋଚନା ହୋଇଛି, ସେ ନେଇ କୌଣସି ସୂଚନା ମିଳିନାହିଁ । ଆଜି ବୈଠକରେ ଇଣ୍ଡିଆ ମେଣ୍ଟକୁ ନୂଆ ଲୋଗୋ ଉନ୍ମୋଚନ ହେବା ନେଇ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ