Masthead

ପାକିସ୍ତାନରେ ବନ୍ୟାର ବୀଭିଷିକା, ମୃତ୍ୟୁ ସଂଖ୍ୟା ୩ଶହ ପାର୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ବନ୍ୟାର ବୀଭିଷିକା । ଏଥିରେ ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଲଗାତର ମୂଷଳ ଧାରାର ବର୍ଷା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତର ପୂର୍ବ ପାକିସ୍ତାନ ବିଶେଷକରି ଖାଇବର ପଖତୁନୱା ବେଶି ପ୍ରଭାବିତ ହୋଇଛି । ସ୍ବାତ୍, ବର୍ଣ୍ଣର, ସାଙ୍ଗଲା, ମାନସେହରା, ବାଟାଗ୍ରାମ ପରି ଜିଲ୍ଲାରେ ବନ୍ୟାର ପ୍ରକୋପ ମାରାତ୍ମକ ରହିଛି । ବନ୍ୟା ଯୋଗୁଁ ପାକିସ୍ତାନରେ ମୃତ୍ୟୁ ସଂଖ୍ୟା ୩୪୪ରେ ପହଞ୍ଚିଛି ।

 ଅନେକ ନିଖୋଜ ହୋଇଛନ୍ତି । ଖାଇବର  ପଖ୍‌ତୁନ୍‌ଖ୍ୱା ପ୍ରଦେଶରେ ସର୍ବାଧିକ କ୍ଷୟକ୍ଷତି  ହୋଇଛି । ଏଠାରେ ବିଭିନ୍ନ ନଦୀରେ ଭୟଙ୍କର ବନ୍ୟା  ଆସିବାରୁ ଲୋକଙ୍କ ଘରଦ୍ୱାର ଭାସିଯାଇଛି । କେବଳ  ଏହି ପ୍ରଦେଶରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ  ହାନି ଘଟିଛି । ପାକିସ୍ତାନରେ ବର୍ଷା ବିତ୍ପାତ ଆସନ୍ତା  ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବା ନେଇ ପାଣିପାଗ  ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଫଳରେ  ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି ।

ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ପାକିସ୍ତାନର ବିଭିନ୍ନ  ଜିଲ୍ଲାରେ ଅଚାନକ ବନ୍ୟା ଆସିଥିଲା । ଏଥିରେ ୨୦୦ରୁ  ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଅଧିକାରୀଙ୍କ  ମୁତାବକ, ୯ଟି ଜିଲ୍ଲାରେ ପ୍ରାୟ ୨ ହଜାର ଉଦ୍ଧାର  କର୍ମୀ ରେସ୍କ୍ୟୁ ଅପରେସନରେ ମୁତୟନ ହୋଇଛନ୍ତି ।  କିନ୍ତୁ ଏବେ ବି ଅନେକ ପ୍ରଭାବିତ ଅଞ୍ଚଳ ଅପହଞ୍ଚ  ରହିଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ଓ ବାଦଲ  ଫାଟିବା ଯୋଗୁ ଭୂସ୍ଖଳନ ଘଟିଛି । ଅନେକ ସଡ଼କ ବନ୍ୟା ଯୋଗୁ ନଷ୍ଟ ହୋଇଯାଇଛି ।

ଫଳରେ ପ୍ରଭାବିତ  ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇବା ମୁସ୍କିଲ ହୋଇପଡ଼ିଛି । ଏମିତି କି ଆମ୍ବୁଲାନ୍ସ ସେବା ବି ପହଞ୍ଚି  ପାରୁନାହିଁ । ଉଦ୍ଧାର କରିବାକୁ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଏଥିରେ ଥିବା ୫ ଜଣଙ୍କର ମୃତ୍ୟୁ ଘଟିଛି । ଏସବୁ ଭିତରେ ଖାଇବର ପଖତୁନୱାରେ ଅଗଷ୍ଟ ୨୧ ଯାଏଁ ବର୍ଷା ଲାଗିରହିବ ବୋଲି ସେଠାକାର ପାଣିପାଗ ସଂସ୍ଥା ଚେତାଇ ଦେଇଛି  । ଫଳରେ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ