Masthead

କାଠୁଆରେ ବାଦଲ ଫଟା ବର୍ଷା!

ଜମ୍ମୁ-କଶ୍ମୀର  (ବଡ଼ ଖବର ବ୍ୟୁରୋ): କାଠୁଆରେ ବାଦଲ ଫଟା ବର୍ଷାର ତାଣ୍ଡବ । ଜମ୍ମୁ-ପଠାନକୋଟ ଏନ୍‌ଏଚ୍ କ୍ଷତିଗ୍ରସ୍ତ, ୪ ଜଣଙ୍କ ମୃତ୍ୟୁ । ଅନେକ ଘର ପୋତି ହୋଇଯାଇଥିବା ଅନୁମାନ । ଜମ୍ମୁ-କଶ୍ମୀର କିସ୍ତୱାର ପରେ ଏବେ କାଠୁଆ ଜିଲ୍ଲାରେ କାଳ ହୋଇ ବର୍ଷିଛି ବାଦଲ । ବାଦଲ ଫଟା ବର୍ଷା ଯୋଗୁଁ ପ୍ରବଳ କ୍ଷୟକ୍ଷତି ହୋଇଛି । ଅନେକ ଘର ପୋତି ହୋଇଯାଇଛି ଏବଂ ଜମ୍ମୁ-ପଠାନକୋଟ ଜାତୀୟ ରାଜପଥର ଏକ ଅଂଶ କ୍ଷତିଗ୍ରସ୍ତ ହୋଇଛି। ଜମ୍ମୁ ଏବଂ କଶ୍ମୀରର କଠୁଆ ଜିଲ୍ଲାର ଏକ ଦୁର୍ଗମ ଗାଁରେ ବାଦଲ ଫଟା ବର୍ଷାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଘଟଣାରେ ୬ ଜଣ ଆହତ ହୋଇଥିବା ରବିବାର ଦିନ ଅଧିକାରୀମାନେ କହିଛନ୍ତି   ।

ସୂଚନା ଅନୁସାରେ , କାଠୁଆର ସୋଫେନରେ ଥିବା ଗୁଜ୍ଜର କଲୋନୀ ଉପରେ ମାଟି ଅତଡ଼ା ଖସି ପଡ଼ିଛି । ଏଥିରେ ଚାରୋଟି ଘର ପୋତି ହୋଇଯାଇଛି । ରାସ୍ତାର ୮୦ ପ୍ରତିଶତ ଅଂଶ ବନ୍ୟାଜଳ‌ରେ  ଧୋଇ ହୋଇଯାଇଛି । ଏହି ଘଟଣା ରାତି ପ୍ରାୟ ୨ ରୁ ୩ ଟା ସମୟରେ ଘଟିଛି । ବାଦଲ ଫଟା ବର୍ଷା ଯୋଗୁ କାଠୁଆରେ ରେକର୍ଡ  ବର୍ଷା ହୋଇଛି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜୋରଦାର ଚାଲିଛି । ଏପର୍ଯ୍ୟନ୍ତ ଚାରି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ୬ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  କାଠୁଆ ଥାନା ଅଞ୍ଚଳର ବାଗର ଏବଂ ଚାଙ୍ଗଡା ଗ୍ରାମ ଏବଂ ଲଖନପୁର ଥାନା ଅଞ୍ଚଳର ଦିଲୱାନ-ହୁଟଲିରେ ମଧ୍ୟ ଭୂସ୍ଖଳନ ହୋଇଛି, କିନ୍ତୁ କୌଣସି ବଡ଼ କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?