Masthead

ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କ ପରମାଣୁ ବୋମା ଧମକ ପରେ, ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଇସଲାମାବାଦରେ ଏକ କାର୍ୟ୍ୟକ୍ରମରେ ବିଲାୱଲ ଭୁଟ୍ଟୋ କହିଥିଲେ ଯେ ଯଦି ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖେ ଏବଂ ଏହା ଉପରେ ଏକ ବନ୍ଧ ନିର୍ମାଣ କରେ, ତେବେ ଭାରତ ବିରୁଦ୍ଧରେ ଯୁଦ୍ଧ ହେବ। ବିଲାୱଲ ଭୁଟ୍ଟୋ ଏହି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରିଥିଲେ।

ସେ ପାକିସ୍ତାନୀ ଜନତାଙ୍କୁ ଭାରତ ବିରୁଦ୍ଧରେ ଉସୁକାଇ କହିଥିଲେ, “ଏହି ସଂଘର୍ଷରେ ଆମକୁ ତୁମର ଆବଶ୍ୟକତା ଅଛି। ମୋଦୀଙ୍କ ଦ୍ୱାରା କରାଯାଉଥିବା ଅତ୍ୟାଚାର ବିରୁଦ୍ଧରେ ଆମକୁ ଏକଜୁଟ ହେବାକୁ ପଡିବ ଏବଂ ସ୍ୱର ଉଠାଇବାକୁ ପଡିବ। ଯାହା ଦ୍ଵାରା ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅତ୍ୟାଚାର ବିରୁଦ୍ଧରେ ଲଢ଼ିପାରିବା।” ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଏକ ଧମକ ଦେଇ କହିଥିଲେ, ” ଏହି ଦେଶ (ପାକିସ୍ତାନର)ର ଏତେ ଶକ୍ତି ଅଛି ଯେ ଆମେ ଯୁଦ୍ଧରେ ସେମାନଙ୍କ ସହିତ ଲଢ଼ିପାରିବା। ପାକିସ୍ତାନ ଯୁଦ୍ଧ ବିଷୟରେ କଥା ହୁଏ ନାହିଁ, ଭାରତ ଯୁଦ୍ଧ ବିଷୟରେ କଥା ହୁଏ, କିନ୍ତୁ ଯଦି ସେମାନେ ଯୁଦ୍ଧ କରିବାକୁ ଚାହାଁନ୍ତି, ତେବେ ପାକିସ୍ତାନ ଯୁଦ୍ଧରୁ ପଛକୁ ହଟିବ ନାହିଁ।”

Bilawal Bhutto gives radical call to implement constitutional amendment in Pakistan - www.lokmattimes.com

ଆମେରିକା ବଳରେ ବଳିଆନ୍ ପାକିସ୍ତାନ । ଭାରତକୁ ଯୁଦ୍ଧ ଧମକ ସହ ଅଧା ବିଶ୍ୱ ବୁଡ଼ାଇବାକୁ ଧମକ । କ’ଣ ଟିକେ ଆମେରିକା ସପୋର୍ଟ କରିଦେଲା ଯେ, ତା ବଳରେ ନିଜକୁ ବଳିଆନ୍ ଭାବିସାରାଲାଣି ପାକିସ୍ତାନ । ଭାରତକୁ ସବୁବେଳେ ପରମାଣୁ ଆକ୍ରମଣର ଧମକ ଦେଇଆସୁଥିବା ପାକିସ୍ତାନ ଏବେ ସାରା ବିଶ୍ୱକୁ ପରମାଣୁ ଧମକ ଦେଲାଣି । ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକାରୁ ସାରା ବିଶ୍ୱକୁ ଏକ ଧମକ ଦେଇଛନ୍ତି । ସେ କହିଛନ୍ତି, ଯଦି ପାକିସ୍ତାନ ଭାରତ ସହିତ ଯୁଦ୍ଧରେ ଅସ୍ତିତ୍ୱ ହରାଏ, ତେବେ ସେମାନେ ସମଗ୍ର ବିଶ୍ୱକୁ ପରମାଣୁ ଯୁଦ୍ଧକୁ ଠେଲିଦେବେ । ସେ କହିଛନ୍ତି, ‘ଆମେ ଏକ ପରମାଣୁ ରାଷ୍ଟ୍ର, ଯଦି ଆମେ ଅନୁଭବ କରୁଛୁ ଯେ ଆମେ ହାରୁଛୁ, ତେବେ ଆମେ ଅଧା ବିଶ୍ୱକୁ ସାଙ୍ଗରେ ନେଇ ଡୁବିବୁ ।’

ଏହା ପ୍ରଥମ ଥର ଘଟିଛି, ଯେ ଆମେରିକା ମାଟିରେ ଏପରି ପରମାଣୁ ବିପଦ ଦେଖା ଦେଇଛି । ରିପୋର୍ଟ ଆଧାରରେ, ମୁନିର କହିଛନ୍ତି ଯେ ଭାରତ ସିନ୍ଧୁ ଜଳ ଚୁକ୍ତି ବନ୍ଦ କରିଦେଇଛି, ଯେଉଁଥିପାଇଁ ୨.୫ କୋଟି ଲୋକ ଭୋକରେ ମରିପାରନ୍ତି । ତେଣୁ ଏହାକୁ ନେଇ ପାକିସ୍ତାନ ସେନା ମୁଖ୍ୟ ଧମକ ଦେଇ କହିଛନ୍ତି, ଯେତେବେଳେ ଭାରତ ସିନ୍ଧୁ ନଦୀ ଉପରେ ଅଧିକ ବନ୍ଧ ନିର୍ମାଣ କରିବ, ସେତେବେଳେ ସେମାନେ ଦଶଟି ମିସାଇଲ୍ ସାହାଯ୍ୟରେ ଏହାକୁ ଧ୍ୱଂସ କରିଦେବେ । ପାକିସ୍ତାନର ଫିଲ୍ଡ ମାର୍ଶାଲ କହିଛନ୍ତି, ସିନ୍ଧୁ ନଦୀ ଉପରେ ଭାରତର କୌଣସି ବ୍ୟକ୍ତିଗତ ମାଲିକାନା ନାହିଁ ଏବଂ ଆମ ପାଖରେ ମିସାଇଲ୍ର ବି ଅଭାବ ନାହିଁ । ମୁନିର ଭାରତ ଏବଂ ଏହାର ଯୁଦ୍ଧ ରଣନୀତି ଉପରେ ଏକ କଠୋର ବ୍ୟଙ୍ଗ କରି ଭାରତକୁ ତା’ର ଯୁଦ୍ଧ କ୍ଷତିକୁ ସ୍ୱୀକାର କରିବା ଏବଂ କ୍ରୀଡାପ୍ରେମ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି ।

Pakistan Army Chief General Asim Munir Promoted to Field Marshal Rank

ସେ କହିଛନ୍ତି, ପାକିସ୍ତାନ ପୂର୍ବ ଭାରତରୁ ଆକ୍ରମଣ କରିବ, ଆଉ ଭାରତ ପଶ୍ଚିମକୁ ଚାଲିଯିବ । ସେ ଭାରତକୁ ଏକ ଚକଚକିଆ ମର୍ସିଡିଜ୍ କାର ସହିତ ତୁଳନା କରିବା ସହ ନିଜ ଦେଶକୁ ପଥର ଭର୍ତ୍ତି ଡମ୍ପ ଟ୍ରକ୍ ସହିତ ତୁଳନା କରିଛନ୍ତି ଏବଂ କହିଛନ୍ତି, ଯଦି ଟ୍ରକ୍ କାର ସହିତ ଧକ୍କା ହୁଏ ତେବେ କିଏ ଚୁରମାର ହେବ ତାହା ସମସ୍ତେ ଜାଣନ୍ତି । “ଅପରେସନ ସିନ୍ଦୂର’କୁ ନେଇ ବାୟୁସେନା ମୁଖ୍ୟ ଏ ପି ସିଂହଙ୍କ ପରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କର ଏକ ବଡ଼ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି, ପରବର୍ତ୍ତୀ ଯୁଦ୍ଧ ଶୀଘ୍ର ହୋଇପାରେ । ଆମକୁ ସେହି ମୁତାବକ ପ୍ରସ୍ତୁତ ହେବାକୁ ପଡ଼ିବ ।

As army chief Gen. Upendra Dwivedi takes charge, what will be his top priorities? - India Today

ଏଥର ମଧ୍ୟ ଆମକୁ ମିଳିତ ଭାବେ ଲଢ଼ିବାକୁ ହେବ । “ଅପରେସନ ସିନ୍ଦୂର’ରେ ସରକାର ଆମକୁ ପୂର୍ଣ୍ଣ କ୍ଷମତା ଦେଇଥିଲେ । “ଅପରେସନ ସିନ୍ଦୂର’ ବେଳେ ଆମେ ଚେସ୍ ଖେଳିବା ଭଳି ସ୍ଥିତିରେ ଥିଲୁ । ଅର୍ଥାତ୍ ଶତ୍ରୁପକ୍ଷର ପରବର୍ତ୍ତୀ ଚାଲ୍ କ’ଣ ହେବ ଏବଂ ଅମେ କ’ଣ କରିବା ଆବଶ୍ୟକ, ତାହା ନେଇ ଆମକୁ ଜଣାନଥିଲା । ସେହିଭଳି ପାକିସ୍ତାନ ମଧ୍ୟ ଆମ ଚାଲ୍ ବାବଦରେ କାଣିଚିଏ ବି ଜାଣିନଥିଲା । କିନ୍ତୁ ଏଥର ଯୁଦ୍ଧ ହେଲେ କଡ଼ା ଜବାବ ଦିଆଯିବ । ତେବେ ଦୁଇ ଦେଶ ମଧ୍ୟରେ ବଢ଼ିଚାଲିଥିବା ତିକ୍ତତା ଭିତରେ ଏହା ସ୍ପଷ୍ଟଯେ ଭାରତ କୌଣସି ପରିସ୍ଥିତିରେ ଆଉ ସାଲିସ୍ କରିବା ପାଇଁ ପ୍ରସ୍ତୁତ ନାହିଁ । ଏଥର ପାକିସ୍ତାନ ଭାରତ ଉପରକୁ ପତରଟିଏ ପକାଇଲେ, ଭାରତ ତାର ଜବାବ ପଥରରେ ଦେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୌସୁମୀ ଅଧିବେଶନର ପଞ୍ଚମ ଦିନ, ସରଗରମ ରହିବ ଗୃହ 🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ 🔴 ମୌସୁମୀ ଅଧିବେଶନର ପଞ୍ଚମ ଦିନ, ସରଗରମ ରହିବ ଗୃହ 🔴 ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ! 🔴 ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ, ସରଗରମ ରହିପାରେ ଗୃହ 🔴 ମୋଦି ସରକାରଙ୍କ ପୂଜା ଭେଟି, ଲାଗୁ ହେଲା ନୂଆ ଜିଏସଟି ସ୍ଲାବ୍ 🔴 ଶୋଇଥିବା ବେଳେ ସ୍ୱାମୀଙ୍କୁ ହାଣି ହତ୍ୟା 🔴 ବାଣ ଗୋଦାମରେ ବିସ୍ଫୋରଣ, ଭୁଶୁଡ଼ିଲା କୋଠା ଘର 🔴 ରାତି ସାରା ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ 🔴 ‘ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ’ 🔴 ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା 🔴 ବାତିଲ୍ ହୋଇପାରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ