Masthead

ଆଇସିୟୁରେ ପାକିସ୍ତାନର ଏୟାରବେସ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତର ପ୍ରଚଣ୍ଡ ପ୍ରହାରରେ ଦୋହଲି ଯାଇଛି ପାକିସ୍ତାନର ପ୍ରତିରକ୍ଷା ବ୍ୟବସ୍ଥା । ଭାଙ୍ଗିଯାଇଛି ଶତ୍ରୁ ଦେଶର ଏୟାରବେସ୍ ଅଣ୍ଟା । ଅପରେସନ ସିନ୍ଦୂର୍ ପରେ ସାମ୍ନାକୁ ଆସୁଛି ପାକିସ୍ତାନର ବିକଳ ଚିତ୍ର । ଆକ୍ରମଣରେ ଛାରଖାର ହୋଇଯାଇଛି ପୁରା ପାକିସ୍ତାନ । ଭାରତୀୟ ସେନା ଆକ୍ରମଣର ଶିକାର ହୋଇଛି ପାକିସ୍ତାନ । ଅପରେସନ ସିନ୍ଦୂରରେ ହୋଇଥିବା କ୍ଷୟକ୍ଷତିର ଦୃଶ୍ୟ ଗୋଟେ ପରେ ଗୋଟେ ସାମ୍ନାକୁ ଆସୁଛି । ଅପରେସନରେ ଛାରଖାର ହୋଇଛି ପାକିସ୍ତାନର ଭୋଲାରୀ ଏୟାରବେସ୍ । ଭାରତ ପକ୍ଷରୁ ୧୨ରୁ ଅଧିକ ପାକିସ୍ତାନୀ ଏୟାରବେସ୍ ଉପରେ ଆକ୍ରମଣ ହୋଇଥିଲା । ବ୍ରହ୍ମୋସ୍ ମିସାଇଲ୍ ଦ୍ୱାରା ଏହି ଆକ୍ରମଣ କରାଯାଇଥିଲା । ଯାହାଫଳରେ ଭୋଲାରୀ ଏୟାରବେସର ଭୟଙ୍କର କ୍ଷୟକ୍ଷତି ହୋଇଛି । ଭୋଲାରୀ ଏୟାରବେସର ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ଆକ୍ରମଣ କରାଯାଇଥିଲା । ସେଠାରେ ୪ଟି ଲଢୁଆ ବିମାନ ଓ ଅନେକ ଯୁଦ୍ଧାସ୍ତ୍ର ଥିଲା ।
ଅପରେସନ ସିନ୍ଦୂର ମାଧ୍ୟମରେ କେବଳ ପାକିସ୍ତାନରେ ଆଡ୍ଡା ଜମେଇଥିବା ଆତଙ୍କୀ ମାନଙ୍କୁ ଧ୍ୱଂସ କରିନି ବରଂ ଭୋଲାରୀ ଏୟାରବେସ ପରି ଅନେକ ଏୟାରବେସକୁ ମାଟିରେ ମିଶାଇଛି ଭାରତ । ପାକ୍ ସେନାର ମେରୁଦଣ୍ଡ ବୋଲି କୁହାଯାଉଥିବା ନୁରଖାନ ଓ ମୁରିଦ ଏୟାରବେସକୁ ବି ଧ୍ୱଂସ କରିଛି ଭାରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ