Masthead

ନିଖୋଜ ଦାଦନ ଶ୍ରମିକଙ୍କ ପତ୍ତା ମିଳୁନି

ନୂଆପଡ଼ା (ବଡ଼ ଖବର ବୁରୋ): ଅଧିକ ରୋଜଗାର ଲୋଭରେ ସୁଦୂର ହାଇଦ୍ରାବକୁ ଦାଦନ ଖଟିବାକୁ ଯାଇଛନ୍ତି ନୂଆପଡା ଜିଲ୍ଲା ସିନାପାଲ୍ଲି ଅଞ୍ଚଳର ମହେଶ୍ୱର ମାଝୀ । ବର୍ଷେ ପୂରିଯାଇଥିଲେ ସୁଦ୍ଧା ତାଙ୍କର ପତ୍ତା ନାହିଁ । ତାଙ୍କୁ ନେଇଥିବା ଠିକାଦାର ନିରବ । ସିନାପାଲି ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଶୂନ । ସ୍ତ୍ରୀ ଧନମତୀ ଏବଂ ପୁଅ ଚୈତନ୍ୟ, ମହେଶ୍ୱରଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି । ଘରର ମୁରବି ନିଖୋଜ ହେବାପରେ ରୋଜଗାର ନାହିଁ । ଦାନାଗଣ୍ଡେ ଲାଗି ମାଆ-ପୁଅଙ୍କୁ ବାରଦୁଆର ହେବାକୁ ପଡୁଛି ।

କୋହକୁ ଛାତିତଳେ ଚାପି ପ୍ରମାଦ ଗଣୁଛନ୍ତିି ମହେଶ୍ୱରଙ୍କ ପରିବାର । ପ୍ରତି ମୁହୂର୍ତ୍ତରେ ପୁଅ ଚୈତନ୍ୟର ଭବିଷ୍ୟତ ଚିନ୍ତା ଘାରୁଛି ଧନମତୀଙ୍କୁ ।ରାସନକାର୍ଡରେ ମିଳୁଥିବା ଚାଉଳ ଗଣ୍ଡାକ ଛାଡିଦେଲେ ଆଉକିଛି ସରକାରୀ ସହାୟତା ଏହି ପରିବାରକୁ ମିିଳୁନାହିଁ । ଭଙ୍ଗା ଦଦରା ଘରେ ପୁଅ ଚୈତନ୍ୟକୁ ଧରି ପଡିରହିଛନ୍ତି ଧନମତୀ । ଆବାସ ଯୋଜନାରେ ଘରେ ଖଣ୍ଡେ ଲାଗି ବିଭିନ୍ନ ଲୋକଙ୍କୁ ଗୁହାରି କରୁଥିଲେ ସୁଦ୍ଧା କେହି ଶୁଣୁନଥିବା ଧନମତୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ