Masthead

ନିଖୋଜ ଦାଦନ ଶ୍ରମିକଙ୍କ ପତ୍ତା ମିଳୁନି

ନୂଆପଡ଼ା (ବଡ଼ ଖବର ବୁରୋ): ଅଧିକ ରୋଜଗାର ଲୋଭରେ ସୁଦୂର ହାଇଦ୍ରାବକୁ ଦାଦନ ଖଟିବାକୁ ଯାଇଛନ୍ତି ନୂଆପଡା ଜିଲ୍ଲା ସିନାପାଲ୍ଲି ଅଞ୍ଚଳର ମହେଶ୍ୱର ମାଝୀ । ବର୍ଷେ ପୂରିଯାଇଥିଲେ ସୁଦ୍ଧା ତାଙ୍କର ପତ୍ତା ନାହିଁ । ତାଙ୍କୁ ନେଇଥିବା ଠିକାଦାର ନିରବ । ସିନାପାଲି ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଶୂନ । ସ୍ତ୍ରୀ ଧନମତୀ ଏବଂ ପୁଅ ଚୈତନ୍ୟ, ମହେଶ୍ୱରଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି । ଘରର ମୁରବି ନିଖୋଜ ହେବାପରେ ରୋଜଗାର ନାହିଁ । ଦାନାଗଣ୍ଡେ ଲାଗି ମାଆ-ପୁଅଙ୍କୁ ବାରଦୁଆର ହେବାକୁ ପଡୁଛି ।

କୋହକୁ ଛାତିତଳେ ଚାପି ପ୍ରମାଦ ଗଣୁଛନ୍ତିି ମହେଶ୍ୱରଙ୍କ ପରିବାର । ପ୍ରତି ମୁହୂର୍ତ୍ତରେ ପୁଅ ଚୈତନ୍ୟର ଭବିଷ୍ୟତ ଚିନ୍ତା ଘାରୁଛି ଧନମତୀଙ୍କୁ ।ରାସନକାର୍ଡରେ ମିଳୁଥିବା ଚାଉଳ ଗଣ୍ଡାକ ଛାଡିଦେଲେ ଆଉକିଛି ସରକାରୀ ସହାୟତା ଏହି ପରିବାରକୁ ମିିଳୁନାହିଁ । ଭଙ୍ଗା ଦଦରା ଘରେ ପୁଅ ଚୈତନ୍ୟକୁ ଧରି ପଡିରହିଛନ୍ତି ଧନମତୀ । ଆବାସ ଯୋଜନାରେ ଘରେ ଖଣ୍ଡେ ଲାଗି ବିଭିନ୍ନ ଲୋକଙ୍କୁ ଗୁହାରି କରୁଥିଲେ ସୁଦ୍ଧା କେହି ଶୁଣୁନଥିବା ଧନମତୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼