ବିରଳ ରେକର୍ଡର ଅଧିକାରୀ ଦ୍ୱିତୀୟ ଶ୍ରେଣୀର କୁନି ଝିଅ, ଆରୋହଣ କରିଛନ୍ତି ଆଫ୍ରିକାର ଉଚ୍ଚତମ ଶୃଙ୍ଘ

(ବଡ଼ ଖବର): ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ଦ୍ୱିତୀୟ ଶ୍ରେଣୀର କୁନି ଝିଅ । ଆନ୍ଧ୍ରପ୍ରଦେଶ ଅନନ୍ତପୁରର ଋିତ୍ୱିକା ଶ୍ରୀ , କରିଛନ୍ତି ଏକ ବିରଳ ରେକର୍ଡ । କମ ବୟସରେ ଆରୋହଣ କରିଛନ୍ତି ଆଫ୍ରିକା ମହାଦ୍ୱୀପର ସବୁଠାରୁ ଉଚ୍ଚତମ ଶୃଙ୍ଗ । ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଏହି କୁନି ଝିଅ ତଞ୍ଜାନିଆର ମାଉଣ୍ଟ କିଲିମଞ୍ଜାରୋ ଶୃଙ୍ଗରେ ପହଞ୍ଚି କରିଛନ୍ତି ବିରଳ ରେକର୍ଡ।

ଏସିଆର ସବୁଠାରୁ କମ ବୟସରେ ଏହି ସଫଳତା ପାଇବାରେ ଋିତ୍ୱିକା ପ୍ରଥମ ହୋଇଥିବାବେଳେ ବିଶ୍ୱରେ ଏହି ରେକର୍ଡ ହାସଲ କରିବାରେ ସେ ହୋଇଛନ୍ତି ଦ୍ୱିତ୍ୱୀୟ । ଏହି ଶୃଙ୍ଗରେ ଚଢ଼ିବାବେଳେ ସେ ତାଙ୍କ ପିତା ସହ ରହିଥିଲେ । ଋିତ୍ୱିକା ସମୂଦ୍ର ପତନରୁ ପ୍ରାୟ ୫ ହଜାର ୬୮୧ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢ଼ିଥିଲେ । ଋିତ୍ୱିକାଙ୍କ ପିତା ଜଣେ କ୍ରିକେଟ୍‌ କୋଚ୍‌ ହେବା ସହ ଜଣେ ସ୍ପୋର୍ଟ୍ସ କୋର୍ଡିନେଟର ମଧ୍ୟ ।ଋିତ୍ୱିକା ତେଲେଙ୍ଗାନା ଭୋଙ୍ଗିରର ରକ୍‌ କ୍ଲାଇମ୍ବିଂ ସ୍କୁଲ୍‌ରେ ପ୍ରାଥମିକ ଟ୍ରେନିଂ ନେଇଥିଲେ । ଏହାପରେ ସେ ଲଦାଖରେ ଦ୍ୱିତୀୟ ପର୍ୟ୍ୟାୟ ଟ୍ରେନିଂ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ