Before Header

ଦିଲ୍ଲୀରେ ଜାଡେଜାଙ୍କ ଯାଦୁ, ଧରାଶାୟୀ ହେଲା ଟିମ କଙ୍ଗାରୁ

0 51

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚର ୩ୟ ଦିନରେ ଧରାଶାୟୀ ହେଲା କଙ୍ଗାରୁ ଦଳ । କଙ୍ଗାରୁ ଦଳ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ମାତ୍ର ୧୧୩ ରନ କରି ଆଉଟ ହୋଇଛି । ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଚମକ୍ରାର ବୋଲିଂ ଫଳରେ ଧରାଶାୟୀ ହୋଇଛି ଟିମ ଅଷ୍ଟ୍ରେଲିଆ । ଜାଡେଜା ମାତ୍ର ୪୨ ରନ ଦେଇ ୭ ୱିକେଟ ନେଇ ସୃଷ୍ଟି କରିଛନ୍ତି ବିରଳ ଇତିହାସ । ତେବେ ଅବଶିଷ୍ଟ ୩ ୱିକେଟ ନେଇଛନ୍ତି ରବିଚରଣ ଅଶ୍ୱିନ । ଅଷ୍ଟ୍ରେଲିଆ ଦଳ ମାତ୍ର ୩୧.୧ ବୋଲ ଖେଳି ସମସ୍ତ ୱିକେଟ ହରାଇଛି । ତେବେ ଟିମ ଅଷ୍ଟ୍ରେଲିଆ ମାତ୍ର ୨୮ର ସଂଗ୍ରହ କରି ଶେଷ ୭ ୱିକେଟ ହରାଇଛି । ଫଳରେ ଭାରତକୁ ଏହି ମ୍ୟାଚକୁ ଜିତିବା ପାଇଁ ମାତ୍ର ୧୧୫ ରନ୍ ଆବଶ୍ୟକ ଅଛି।

Leave A Reply

Your email address will not be published.