Masthead

ପାଲଲହଡ଼ା ବନ ବିଭାଗର ବଡ଼ ସଫଳତା

ପାଲଲହଡ଼ା (ବଡ଼ ଖବର ବ୍ୟୁରୋ): ଅନୁଗୁଳ ଜିଲ୍ଲା ପାଲଲହଡ଼ା ବନ ବିଭାଗର ବଡ଼ ସଫଳତା । ଦୀର୍ଘ ୯ଦିନର ଛକାପଞ୍ଝା ପରେ ଅଭିଯୁକ୍ତଙ୍କୁ ଧରିଛି ବନବିଭାଗ । ଆଠଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ଆଠଜଣଙ୍କ ମଧ୍ୟରୁ ପାଲଲହଡ଼ା ବ୍ଲକ ନମପସି ପଞ୍ଚାୟତ ଛେଳିଆବେଡ଼ା ଗ୍ରାମର ଛଅ ଜଣ ଏବଂ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ଗୋପପୁର ଓ ମରାହା ଗ୍ରାମର ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବନ ବିଭାଗର ସଫଳତାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ଗତ ଗୁରୁବାରଦିନ ତେଲକୋଇ ବନବିଭାଗର ପାଲଲହଡ଼ା ରେଞ୍ଜ ଅଧିନରେ ଥିବା କନ୍ତଳା ସେକ୍ସନ ଜମରା ବିଟ୍ ର ବନ କର୍ମଚାରୀଙ୍କ ଦ୍ୱାରା ପେଟ୍ରୋଲିଂ କରାଯାଉଥିବା ସମୟରେ ଏକ ମୃତ ଦନ୍ତାହାତୀର ଶବ ମିଳିଥିଲା । ହାତୀର ଦାନ୍ତ କେହି ଦୁର୍ବୃତ୍ତଚୋରି କରି ନେଇଥିଲା । ଦୁବୃତ୍ତଙ୍କ ଟେର ପାଇନଥିଲା ବନ ବିଭାଗ । ଦୀର୍ଘ ଆଠ ଦିନର ମାରାଥନ ଜେରାର ପରେ ଆଜି ଅନ୍ତ ଘଟିଛି । ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଗତ ଗୁରୁବାର ଛତୁ ଗୋଟାଇବାକୁ ଯାଇଥିବା ବେଳେ ତୃପ୍ତଝରଣ ଗାଁର ଲାଲମୋହନ ମହନ୍ତ ମୃତ ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ହାତୀର ମୃତଦେହକୁ ଜବତ କରିଥିଲା। କେହି ଦୁର୍ବୃତ୍ତ ହାତୀର ଦାନ୍ତ ନେଇ ଚମ୍ପଟ ମାରିଥିଲା । ପାଲଲହଡା ଡିଏଫ କ୍ଷମା ଷଡଙ୍ଗୀ ଓ ରେଞ୍ଜର ଦୁର୍ୟ୍ୟଧନ ଜେରାଇ ଏନେଇ ସୂଚନା ଦେଇଥିଲେ । ଉକ୍ତ ଘଟଣାରେ ସମ୍ପୃକ୍ତଥିବା ଆଠଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା