Before Header

ସହାୟତା ଅପେକ୍ଷାରେ ପଞ୍ଚାନନଙ୍କ ପରିବାର

0 32

ବଣାଇ (ବଡ଼ ଖବର ବ୍ୟୁରୋ): ଯୋଜନା ଅନେକ ହେଲେ କାର୍ଯ୍ୟକାରୀ ହେଉନି । ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ସୁବିଧା । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ସୋଲ ପଂଚାୟତର ଟୁକୁଡା ଗ୍ରାମରେ । ନା ଅଛି ବିଜୁ ଘର ନା ଅଛି ସ୍ୱାସ୍ଥ୍ୟ କାର୍ଡ, ନା ଅଛି ଚାଉଳ କାର୍ଡ । ପଂଚାୟତ ପାଖରୁ ମାତ୍ର ଏକ କିଲୋମିଟରରେ ରହିଛି ଟୁକୁଡା ଗ୍ରାମ । ଆଉ ଏ ଘରେ ରହୁଛନ୍ତି ପଞ୍ଚାନନ କାଲ ଙ୍କ ସହିତ ସ୍ତ୍ରୀ କୁ ନେଇ ୫ଜଣ । ଏହି ଘରେ ଦିନରେ ଖରା ରାତିରେ ତାରା ଦେଖି ଜୀବନ ବିତୁଛି । ସାନ ଝିଅ ରୋଗୀଣା, ମଜୁରୀ ଲାଗିଲେ ଚୁଲି ଜଳେ, ଯୋଉ ଦୀନ ମଜୁରୀ ନଯିବ ସେଦିନ ଚୁଲି ଜଳେନି । ରୋଗୀଣା ଝିଅକୁ ଡାକ୍ତରଖାନା ନେବାକୁ ଅର୍ଥ କୋଉଠୁ ଆଣିବେ । ସରକାରଙ୍କ ଯୋଜନାରେ ନା ନାହିଁ । ତେଣୁ ସରକାରୀ ସହାୟତା ପାଇଁ ଗୁହାରୀ କରିଛନ୍ତି ପରିବାର ଲୋକେ । ଏନେଇ ଗୁରୁଣ୍ଡିଆ ବିଡ଼ିଓ କହିଛନ୍ତି, ଖୁବଶୀଘ୍ର କିପରି ସହାୟତା ପ୍ରଦାନ କରାଯିବ ସେ ନେଇ ଚେଷ୍ଟା କରିବେ ।

Leave A Reply

Your email address will not be published.