Masthead

ସାମ୍ନାକୁ ଅସିଲା ପାଣ୍ଡୋରା ପେପର୍ସ: ଟିକସ ଠକେଇରେ ସବୁଠୁ ବଡ ପ୍ରଘଟ

(ବଡ଼ ଖବର ବ୍ୟୁରୋ):  ପାଣ୍ଡୋରା ପେପର୍ସ ଖୋଲିବ ଅନେକ ଧନୀ ବ୍ୟକ୍ତିଙ୍କ ଗୁମର । ବେଆଇନ ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପର୍କରେ ପାଣ୍ଡୋରା ପେପର୍ସ ସବିଶେଷ ତଥ୍ୟକୁ ସାମ୍ନାକୁ ଆଣିଛି । ଆଇସିଆଇଜେ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଏହି ମାମାଲାରେ ଯାଞ୍ଜ ପ୍ରକ୍ରିୟା ସମ୍ପାଦନ ପାଇଁ ୧୧୭ଟି ଦେଶରେ ୬୦୦ରୁ ଅଧିକ ସାମ୍ବାଦିକଙ୍କୁ ସାମିଲ କରାଯାଇଥିଲା । ଏହି ସମୟରେ ୧୨ କୋଟିରି ଅଧିକ ଦସ୍ତାବିଜର ଯାଞ୍ଜ କରାଯାଇଥିଲା ।କରାଯାଇଥିବା ତଦନ୍ତ ଅନୁସାରେ ଭାରତ ସମେତ ବିଶ୍ୱର ଅନେକ ରାଷ୍ଟ୍ର ଟିକସ ଫାଙ୍କି ଭଳି କଳା କାରାନାମାରେ ସାମିଲ ଅଛନ୍ତି ।

ତେବେ ବିଶ୍ୱର ହାଇ ପ୍ରୋଫାଇଲ ବ୍ୟକ୍ତିମାନେ ମୂଲ୍ୟବାନ ସମ୍ପତି ହତେଇବା ପାଇଁ ବିପୁଳ ଟିକସ ଫାଙ୍କିଛନ୍ତି । ୧୯୯୬ରୁ ୨୦୨୦ ମଧ୍ୟରେ ଟ୍ୟାକ୍ସ ଠକେଇ ପାଇଁ ବେଆଇନ ଅର୍ଥ କାରାବାର ହୋଇଛି । ଏମାନଙ୍କ ମଧ୍ୟରୁ ୩୩୦ ରାଜନେତା ଓ ୧୩୦ ଫୋବର୍ସ ବିଲିଓ ନାୟାର ଅଛନ୍ତି । ବଡ ବଡ ବ୍ୟବସାୟୀ ମାନେ ନିଜ ଦେଶରେ ଆଇନର ଗଳାବାଟ ଦେଇ ଖସି ଯିବାକୁ ଚେଷ୍ଟା କରିଛନ୍ତି । ଟିକସ ଜାଲରୁ ଖସିବା ପାଇଁ ଅନ୍ୟ ଦେଶର ସାହାର୍ଯ୍ୟ ନେଇଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ଏବେ ନଜରରେ ଅଛନ୍ତି ।

ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ, ପାଣ୍ଡୋରା ପେପର୍ସରେ ପାକର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମ୍ପର୍କୀୟ , ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର, ୟୁକ୍ରେନ, କେନିଆ, ଇକ୍ୱେଡରର ରାଷ୍ଟ୍ରପତି ଓ ଚେକ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ରଖିଥିବା ଗୁପ୍ତ ସମ୍ପତ୍ତି ତାଲିକାରେ ସୂଚନା ମିଳିଛି । ୨୦୧୬ ରେ ପାନାରା ପେପର୍ସ ଜାରି ରହିଥିବା ସଂସ୍ଥା ତଦନ୍ତକାରୀ ସାମ୍ବାଦିକଙ୍କ ଆନ୍ତର୍ଜାତୀୟ କନସୋର୍ଟିୟମ ପକ୍ଷରୁ ଆଜି ପାଣ୍ଡୋରା ପେପର୍ସ ଜାରି ହୋଇଛି । ଯେଉଁଥିରେ ୧୨ କୋଟି ଦସ୍ତାବିଜର ତଦନ୍ତ କରାଯାଇଛି ।

ପାଣ୍ଡୋରା ପେପର୍ସରେ ଉଲ୍ଲେଖ ରହିଛି ଯେ, ବ୍ରିଟେନ କୋର୍ଟରେ ଦେବାଳିଆ ଘୋଷିତ ଅନିଲ ଆମ୍ବାନିଙ୍କର ବିଦେଶରେ ୧୮ଟି ଅଫସୋର କମ୍ପାନୀର ମାଲିକାନା ରହିଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଠକେଇ ହୋଇଥିବା ୧୪ କୋଟି ଟଙ୍କାରେ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦୀ ଭାରତ ଛାଡିବାର ଏକ ଲମାସ ପୂର୍ବରୁ ତାଙ୍କ ଭଉଣୀ ମଧ୍ୟ ଏକ ଟ୍ରଷ୍ଟ ଗଠନ କରିଥିଲେ ବୋଲି ଜଣାପଡିଛି ।

୨୦୧୬ରେ ପାନାମା ପେପର୍ସ ଜାରି ହେବା ପରେ ଅନେକ ବିଶିଷ୍ଟ ବ୍ୟକ୍ତି ସେମାନଙ୍କ ବିଦେଶୀ ସଂସ୍ଥାକୁ ପୁର୍ନଗଠିତ କରିଥିଲେ ବୋଲି ପାଣ୍ଡୋରା ପେପର୍ସରେ ଦାବି କରାଯାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ଜୋଡାର୍ନର ରାଜା ଅବଦୁଲ୍ଲା ଦ୍ୱିତୀୟ ଆମେରିକା ଓ ବ୍ରିଟେନରେ ୧୦୦ ନିୟୁତ ଡଲାରରୁ ଅଧିକ ଗୁପ୍ତ ସମ୍ପତ୍ତି ରଖିଛନ୍ତି । ସେହିପରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପାଖରେ କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି ରଖିଛନ୍ତି । ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଓ ତାଙ୍କ ପତ୍ନୀ ଏକ ସମ୍ପତ୍ତି କିଣିବା ବେଳେ ୩୧୨,୦୦୦ ପାଉଣ୍ଡର ଷ୍ଟାମ୍ପ୍ ଡ୍ୟୁଟି ସଞ୍ଚୟ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ!