Masthead

ଅନଲାଇନରେ ୨ଲକ୍ଷ ଠକେଇ, ଅଭିଯୁକ୍ତ ଫେରାର

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଘରୋଇ ବ୍ୟାଙ୍କରୁ ଋଣ କରାଇଦେଇ ଅନଲାଇନ ମାଧ୍ୟମରେ ୨ ଲକ୍ଷ ଟଙ୍କା ଠକେଇ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ପୀରହାଟ ଅଞ୍ଚଳରେ । ଠକେଇ ମାମଲା ରୁଜୁ ପରେ ମଧ୍ୟ ପୋଲିସର ହାତ ଖାଲି । ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସତ ହେଲେ ଦେଢ ମାସ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଅଭିଯୋଗକାରୀଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ତିହିଡି ଥାନା ଫତେପୁର ଗାଁର ଜନ୍ମେଜୟ ନାୟକ ନାମକ ଜଣେ ଯୁବକ ପୀରହାଟ ଥାନା ଚାରିତରଫ ଗାଁର ସଞ୍ଜୟ ସ୍ୱାଇଁଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଋଣ କରେଇ ଦେବା ପାଇଁ ଜନ୍ମେଜୟଙ୍କ ଠାରୁ ପ୍ରଥମେ ୧୦ ହଜାର ଟଙ୍କା ହାତ ଖର୍ଚ୍ଚ ନେଇଥିଲେ ସଞ୍ଜୟ । କାଗଜ ପତ୍ର ଦାଖଲ କରିବା ପରେ ସଂପୃକ୍ତ ବ୍ୟାଙ୍କରୁ ଜନ୍ମେଜୟଙ୍କ ନାମରେ ୨ ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ ମଞ୍ଜୁର ହୋଇଥିଲା ।
ଜନ୍ମେଜୟ ଋଣ ଟଙ୍କା ଉଠାଣ କରିବା ପୂର୍ବରୁ ସଞ୍ଜୟ ଚାଲାକି କରି ତାଙ୍କୁ ଜନ୍ମେଜୟଙ୍କୁ ଅନ୍ୟ ଏକ ଋଣ ସଂସ୍ଥା ମାଧ୍ୟମରେ ଏକ ମୋବାଇଲ୍ କିଣାଇ ଦେଇଥିଲେ । ସଞ୍ଜୟ ଏହା ପୂର୍ବରୁ ଜନ୍ମେଜୟଙ୍କ ଆଧାର ଓ ଋଣ ଖାତା ମଧ୍ୟ ନେଇ ଯାଇଥିଲେ । ସେହି ମୋବାଇଲକୁ ସଞ୍ଜୟ ନିଜ ପାଖରେ ରଖି ସେଥିରେ ଜନ୍ମେଜୟଙ୍କର ଫୋନ୍ ପେ ଖୋଲି ପର୍ଯ୍ୟାୟକ୍ରମେ ୨ ଲକ୍ଷ ଟଙ୍କା ଉଠାଣ କରିଥିଲେ । ୨ ଲକ୍ଷ ଟଙ୍କାକୁ ସଞ୍ଜୟ ନିଜ ଜମାଖାତା ସମେତ ସମ୍ପର୍କୀୟଙ୍କ ଜମାଖାତାକୁ ନେଇ ଯାଇଥିବା ଜଣାଯାଇଛି । ଏନେଇ ପୀରହାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଜନ୍ମେଜୟ । ପରେ ସଞ୍ଜୟ ଥାନାରେ ପହଂଚି ଠକେଇ କଥା ସ୍ୱୀକାର କରିଥିଲେ ଏବଂ ଉକ୍ତ ଟଙ୍କାକୁ ୧୫ ଦିନ ମଧ୍ୟରେ ଜନ୍ମେଜୟଙ୍କୁ ଫେରସ୍ତ କରିବା ଲାଗି ଲିଖିତ ପ୍ରତିଶୃତି ଦେଇଥିଲେ । ପରେ ସଞ୍ଜୟ ଫେରାର ହୋଇ ଯାଇଥିଲେ । ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଜନ୍ମେଜୟ ଟଙ୍କା ଫେରି ନପାଇବାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଆମରଣ ଅନଶନରେ ବସିବା ପାଇଁ ଚେତାବନୀ ଦେଇଛନ୍ତି ଜନ୍ମେଜୟ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ