Masthead

୧୫ ତାରିଖ ସୁଦ୍ଧା ନିଯୁକ୍ତି ପାଇବେ ୨ ନୂଆ ନିର୍ବାଚନ କମିଶନର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଖୁବଶୀଘ୍ର ଘୋଷଣା ହୋଇପାରେ ୨ ନୂଆ ନିର୍ବାଚନ କମିଶନରଙ୍କ ନାଁ। ୨ ଜଣ କମିଶନରଙ୍କ ନାଁ ଚୟନ ପାଇଁ ମାର୍ଚ୍ଚ ୧୩ କିମ୍ବା ୧୪ରେ ବସିବ ସର୍ଚ୍ଚ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ଏଥିରେ ୨ ନିର୍ବାଚନ କମିଶନଙ୍କ ନାଁ ଉପରେ ଚୂଡ଼ାନ୍ତ ମୋହର ଲାଗିବ। ମାର୍ଚ୍ଚ ୧୫ରେ ବସିବାକୁ ଥିବା ବୈଠକ ପରେ ଦେଶକୁ ୨ ନୂଆ ନିର୍ବାଚନ କମିଶନର ମିଳିବେ। ଚଳିତ ବର୍ଷ ଫେବୃଆରୀ ୧୪ରେ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଥିବା ଅନୁପ ଚନ୍ଦ୍ର ପାଣ୍ଡେଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଏହାପରେ ଶନିବାର ଅଚାନକ ଅରୁଣ ଗୋଏଲ ଅଚାନକ ଇସି ପଦରୁ ଇସ୍ତଫା ଦେଇଥିଲେ। ଫଳରେ ୨ଟି ଯାକ ନିର୍ବାଚନ କମିଶନର ପଦ ଏବେ ଖାଲି ପଡ଼ିଛି। ଏହି ପ୍ୟାନେଲରେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଅଛନ୍ତି।

ପୂର୍ବରୁ ବରିଷ୍ଠତା ଭିତ୍ତିରେ ରାଷ୍ଟ୍ରପତି ନିର୍ବାଚନ କମିଶନର ନିଯୁକ୍ତ କରୁଥିବା ବେଳେ ନିକଟରେ ଏହି ଆଇନରେ ସଂଶୋଧନ ହୋଇଛି। ନୂଆ ଆଇନ ଅନୁସାରେ, ପ୍ରଥମେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଅଧ୍ୟକ୍ଷତାରେ ଏକ ସର୍ଚ୍ଚ କମିଟି ଗଠିତ ହେବ। ଏଥିରେ ଗୃହ ସଚିବ ଓ ପର୍ସନେଲ୍ ଆଣ୍ଡ୍ ଟ୍ରେନିଂ ବିଭାଗ ସଚିବ ରହିବେ। ଏହି ସର୍ଚ୍ଚ କମିଟି ୨ଟି ଖାଲି ପଦବୀ ପାଇଁ ପାଞ୍ଚଟି ନାଁକୁ ନେଇ ୨ଟି ଭିନ୍ନ ଭିନ୍ନ ତାଲିକା ପ୍ରସ୍ତୁତ କରିବେ। ସେଥିରୁ ୨ଟି ନାଁ ଚୂଡ଼ାନ୍ତ କରାଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଜଣେ କେନ୍ଦ୍ରମନ୍ତ୍ରୀ ଓ ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ରହିଛନ୍ତି। ଏହି କମିଟି ସୁପାରିସ କରିବାକୁ ଥିବା ନାଁ ଉପରେ ରାଷ୍ଟ୍ରପତି ମୋହର ମାରିବେ। ଏହାପରେ ଦୁଇ ଜଣ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ