Before Header

କବାଡ଼ିଆକୁ ବିକି ଦେଲେ ସିଟି ବସ୍

0 94

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କବାଡ଼ିଆକୁ ବିକି ଦେଲେ ୧୨୧ ସିଟି ବସ୍ । କିଛି ଦିନ ତଳେ ମୋ ସାଇକେଲ କବାଡିଖାନାରେ ବିକ୍ରି ହେବା ଘଟଣା ଥମି ନଥିବାବେଳେ ଏବେ ସିଟି ବସକୁ ବିକ୍ରି କରି ଦିଆଯାଇଛି । ପ୍ରାୟ ୨୨ କୋଟି ଟଙ୍କା ବିନିମୟରେ ବସ୍ କିଣା ଯାଇଥିଲା । ଭୁବନେଶ୍ୱର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ୍ ଘରୋଇ ସଂସ୍ଥା ଡ୍ରିମ ଟିମ୍ ସାହା ସହ ୭ବର୍ଷିଆ ଚୁକ୍ତି କରିଥିଲା । ଆଉ ୭ ବର୍ଷ ଚାଲିବା ପରେ ଗାଡି ଗୁଡିକ ଆଉ ଗଡି ନଥିଲା ।

ବର୍ଷ ବର୍ଷ ଧରି ଖରା, ବର୍ଷାରେ ପଡି ଖତ ଖାଇବା ପରେ ଶେଷରେ କବାଡିଆକୁ ଶାଗମାଛ ଦରରେ ୧୨୧ ସିଟି ବସକୁ ବିକ୍ରି କରି ଦିଆଯାଇଛି । କୋଲକାତାର ଏକ ସ୍କ୍ରାପେଜ ସଂସ୍ଥାକୁ ଏସବୁ ବସକୁ ବିକ୍ରି କରାଯାଇଛି । ୨୦୧୦ରେ ଆରମ୍ଭ ହୋଇଥିଲା ସିଟି ବସ୍ ସେବା । ଜବାହାରଲାଲ ନେହରୁ ଜାତୀୟ ସହରାଂଚଳ ନବୀକରଣ ମିଶନ ଯୋଜନରେ ୧୨୫ଟି ବସ୍ କିଣାଯାଇଥିଲା । ଗାଡି ଗୁଡିକୁ ପୋଖରିପୁଟ ଡିପୋରେ ପକାଇ ଦେଇଥିଲେ କର୍ତ୍ତୃପକ୍ଷ ।

Leave A Reply

Your email address will not be published.