Masthead

୩ ବିଧାୟକଙ୍କ ସହ ଦିଲ୍ଲୀ ବାହାରିଲେ ଚମ୍ପାଇ ସୋରେନ

ଝାଡଖଣ୍ଡ (ବଡ଼ ଖବର ବ୍ୟୁରୋ): ଝାଡଖଣ୍ଡ ରାଜନୀତିରେ ହଲଚଲ। ଲାଗିପାରେ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ବିଦ୍ରୋହ ମୁଡ୍‌ରେ ଜେଏମ୍‌ଏମ୍‌ ନେତା ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌। ଏଭଳି କିଛି ଚର୍ଚ୍ଚା ଭିତରେ ଆଜି ୬ ବିଧାୟକଙ୍କୁ ନେଇ ଦିଲ୍ଲୀ ଯାଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ। କୁହାଯାଉଛି ଯେ, ସେ ଏଠାରେ ବିଜେପିର ଶୀର୍ଷ ନେତାଙ୍କୁ ଭେଟିବେ। ଏଥିସହ ଖୁବଶୀଘ୍ର ସେ ଜେଏମ୍‌ଏମ୍‌ରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ସମ୍ଭାବନା ରହିଛି।

ଦଶରଥ ଗଗରାଇ, ରାମଦାସ ସୋରେନ, ଚମରା ଲିଣ୍ଡା, ଲୋବିନ ହେମ୍ବ୍ରୋମ, ସମୀର ମହାନ୍ତି ମଧ୍ୟ ଯୋଗାଯୋଗରେ ନାହାନ୍ତି। ସୂଚନାନୁସାରେ, ଚମ୍ପାଇ ସୋରେନ ଭାଜପାର ବଡ ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଦୁଇ ଦିନ ପୂର୍ବେ ତାଙ୍କ ଦଳ ପରିବର୍ତ୍ତନକୁ ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଥିଲା। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ଚମ୍ପାଇ ସୋରେନଙ୍କ ବିଜେପିରେ ଯୋଗଦେବା ଆସନ୍ତା ବିଧାନସଭା ନିର୍ବାଚନରେ ଆଦିବାସୀ ଭୋଟ ବ୍ୟାଙ୍କରେ ଏକ ବଡ଼ ସପୋର୍ଟ ସୃଷ୍ଟି କରିବାରେ ସହାୟକ ହେବ। କିନ୍ତୁ ଦଳ ଭିତରେ ଦଳଗତତା ମଧ୍ୟ ତୀବ୍ର ହେବ। ଜାମସେଦପୁର ସମେତ କୋଲହାନ ଅଞ୍ଚଳରେ ଚମ୍ପାଇଙ୍କ ଏକ ଦୃଢ ସମର୍ଥନ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା