Masthead

୩ ବିଧାୟକଙ୍କ ସହ ଦିଲ୍ଲୀ ବାହାରିଲେ ଚମ୍ପାଇ ସୋରେନ

ଝାଡଖଣ୍ଡ (ବଡ଼ ଖବର ବ୍ୟୁରୋ): ଝାଡଖଣ୍ଡ ରାଜନୀତିରେ ହଲଚଲ। ଲାଗିପାରେ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ବିଦ୍ରୋହ ମୁଡ୍‌ରେ ଜେଏମ୍‌ଏମ୍‌ ନେତା ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌। ଏଭଳି କିଛି ଚର୍ଚ୍ଚା ଭିତରେ ଆଜି ୬ ବିଧାୟକଙ୍କୁ ନେଇ ଦିଲ୍ଲୀ ଯାଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ। କୁହାଯାଉଛି ଯେ, ସେ ଏଠାରେ ବିଜେପିର ଶୀର୍ଷ ନେତାଙ୍କୁ ଭେଟିବେ। ଏଥିସହ ଖୁବଶୀଘ୍ର ସେ ଜେଏମ୍‌ଏମ୍‌ରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ସମ୍ଭାବନା ରହିଛି।

ଦଶରଥ ଗଗରାଇ, ରାମଦାସ ସୋରେନ, ଚମରା ଲିଣ୍ଡା, ଲୋବିନ ହେମ୍ବ୍ରୋମ, ସମୀର ମହାନ୍ତି ମଧ୍ୟ ଯୋଗାଯୋଗରେ ନାହାନ୍ତି। ସୂଚନାନୁସାରେ, ଚମ୍ପାଇ ସୋରେନ ଭାଜପାର ବଡ ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଦୁଇ ଦିନ ପୂର୍ବେ ତାଙ୍କ ଦଳ ପରିବର୍ତ୍ତନକୁ ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଥିଲା। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ଚମ୍ପାଇ ସୋରେନଙ୍କ ବିଜେପିରେ ଯୋଗଦେବା ଆସନ୍ତା ବିଧାନସଭା ନିର୍ବାଚନରେ ଆଦିବାସୀ ଭୋଟ ବ୍ୟାଙ୍କରେ ଏକ ବଡ଼ ସପୋର୍ଟ ସୃଷ୍ଟି କରିବାରେ ସହାୟକ ହେବ। କିନ୍ତୁ ଦଳ ଭିତରେ ଦଳଗତତା ମଧ୍ୟ ତୀବ୍ର ହେବ। ଜାମସେଦପୁର ସମେତ କୋଲହାନ ଅଞ୍ଚଳରେ ଚମ୍ପାଇଙ୍କ ଏକ ଦୃଢ ସମର୍ଥନ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ 🔴 ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମସୁଦ୍ 🔴 ବ୍ଲକବଷ୍ଟର ମୁଭି ‘ସୈୟାରା’ 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ 🔴 ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମସୁଦ୍ 🔴 ବ୍ଲକବଷ୍ଟର ମୁଭି ‘ସୈୟାରା’