Masthead

ଜୁନ ୧ରୁ ସବୁ ଗାଡ଼ିରେ ପାନିକ୍ ବଟନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏବେ ଗାଡ଼ିରେ ଲାଗିବ ପାନିକ୍ ବଟନ । ଗାଡ଼ି ଭିତରେ ହେଉଥିବା ଅସଦଆଚାରଣ, ଅପହରଣ ଭଳି ବଢୁଥିବା ଘଟଣାକୁ ନଜରରେ ରଖି ସମସ୍ତ ଯାତ୍ରୀବାହୀ ଓ ମାଲବାହୀ ଗାଡ଼ିରେ ପାନିକ୍ ବଟନ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଜୁନ୧ରୁ ସବୁ ଗାଡ଼ିରେ ଏହି ସୁଇଜ ରହିବ ବୋଲି ବାଣିଜ୍ୟ ଓ ପରିବହନ ସୂତ୍ରରୁ ପ୍ରକାଶ ପାଇଛି । କେବଳ ସେତିକି ନୁହେଁ ଗାଡ଼ି ଚୋରି ରୋକିବା, ଗାଡ଼ି ଟ୍ରାକ କରିବା, ଗାଡ଼ିର ଗତି ରେକର୍ଡ ସଂଗ୍ରହ କରିବା ପାଇଁ ସବୁ ଗାଡ଼ିରେ ଲୋକେସନ ଟ୍ରାକିଂ ଡିଭାଇସ ଲଗାଇବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

ଏପରିକି ଯେଉଁ ଗାଡ଼ିରେ ପାନିକ ବଟନ ଓ ଲୋକେସନ ଟ୍ରାକିଂ ଡିଭାଇସ ନଥିବ ସେହି ଗାଡ଼ିର ପଞ୍ଜୀକରଣ କରାଯିବ ନାହିଁ । କେବଳ ନୂଆ ଗାଡ଼ି ନୁହେଁ ପୂରୁଣା ଗାଡ଼ିରେ ବି ଏହାକୁ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଯେଉଁ ଗାଡ଼ି ଗୁଡ଼ିକ ଆସନ୍ତା ମେ ୩୧ ସୁଦ୍ଧା ପଞ୍ଜୀକୃତ ହେବ ବା ଏବେ ପଞ୍ଜୀକୃତ ହୋଇଛି ସେଥିରେ ଅଗଷ୍ଟ ୩୧ ସୁଦ୍ଧା ପାନିକ ବଟନ ଓ ଲୋକେସନ ଟ୍ରାକିଂ ଡିଭାଇସ ଲଗାଇବା ବାଧ୍ୟମୂଳକ କରାଯାଇଛି । ଯଦି କେହି ଏହି ଯନ୍ତ୍ରାଂଶ ଲଗାଇବେନି ତେବେ ତାଙ୍କର ଡକୁମେଣ୍ଟ ନୂଆ ହେବ ନାହିଁ କି ଫିଟନେସ ସାର୍ଟିଫିକେଟ ମିଳିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ