Masthead

ଶବଦାହ ପରେ ଝିଅ କହିଲା ବାପା ମୁଁ ବଞ୍ଚିଛି…

ବିହାର (ବଡ଼ ଖବର ବ୍ୟୁରୋ):  ବାପା ମୁଁ ବଞ୍ଚିଛି …ମୋ ଶାଶୁ ଘରେ ଅଛି । ମୁଁ ଭଲରେ ଅଛି । ବାପାଙ୍କୁ ଫୋନ କରି କିଛି ଏମିତି କହିଛନ୍ତି ଜଣେ ଝିଅ । ବାପା ବିନୋଦ ମଣ୍ଡଳ । ଝିଅ ଅଂଶୁ କୁମାରୀ । ବିନୋଦ କୁମାର ଝିଅର ଶବ ଦାହ କରିସାରିବା ପରେ ଆସିଥିଲା ଝିଅର ଭିଡିଓ କଲ । ଯେଉଁଠି ଝିଅ କହୁଛି ବାପା ମୁଁ ବଞ୍ଚିଛି । ଯାହା ଶୁଣି ବାପା ବିନୋଦ ବିସ୍ମିତ ହୋଇଯାଇଥିଲେ । ଏ ଘଟଣା ହେଉଛି ବିହାର ପୁର୍ଣ୍ଣିଆ ଆକବର ଅଂଚଳର । ଘଟଣା ଥିଲା କିଛି ଏମିତି । କିଛି ଦିନ ତଳେ ଝିଅ ଅଂଶୁକୁମାରୀ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବହୁତ ଖୋଖୋଜି କରିବା ପରେ ବି ତାଙ୍କୁ ପାଇନଥିଲେ । ଖୋଜାଖୋଜା କରି ନିରାଶ ହେବା ପରେ ପରିବାର ଲୋକେ ଥାନାରେ ଜଣାଇଥିଲେ । ପୋଲିସ ସ୍ଥାନୀୟ କେନାଲରୁ ଜଣେ ଝିଅର ଶବ ଉଦ୍ଧାର କରିଥିଲା ।

ଶବ ଚିହ୍ନଟ କରିବା ଲାଗି ସେମାନେ ବିନୋଦଙ୍କ ପରିବାରକୁ ଡକାଇଥିଲେ। ଶବର ମୁହଁ ଅତ୍ୟନ୍ତ ଫୁଲି ଯାଇଥିବା ଯୋଗୁଁ ଚିହ୍ନିବା କଷ୍ଟସାଧ୍ୟ ହୋଇଥିଲା । ପୋଷାକପତ୍ରକୁ ଆଧାର କରି ପରିବାର ଲୋକେ ତାହା ଅଂଶୁର ଶବ ବୋଲି ଚିହ୍ନଟ କରିଥିଲେ। ଝିଅ ମରିଥିବା ଜାଣି ବାପା ବିନୋଦ ମ୍ରିୟମାଣ ‌ହୋଇପଡ଼ିଲେ । ତା’ର ଶେଷକୃତ୍ୟ ବି ଠିକ୍‌ ଭାବେ କରିପାରିଲେ ନାହିଁ। ଶେଷର ଝିଅର ଜେଜେ ହିଁ ତା’ର ଅନ୍ତିମ ସଂସ୍କାର କଲେ। ହଠାତ୍‌ ଶନିବାର ଦିନ ଅଂଶୁ ବାପା ବିନୋଦ ମଣ୍ଡଳଙ୍କ ଫୋନ୍‌କୁ ଭିଡିଓ କଲ୍‌ କରିଥିଲା । ସେ ବଞ୍ଚିଚି ବୋଲି ସୂଚନା ଦେଇଥିଲା ।ପରେ ସବୁ କଥା ବାପାଙ୍କୁ ଜଣାଇଥିଲା । ଅସଲ କଥା ହେଲା ଅଂଶୁ ତାଙ୍କ ପ୍ରେମିକା ସହିତ ଫେରାର ହୋଇଥିଲେ । ସେ ବାହା ‌ହୋଇ ପୂର୍ଣ୍ଣିଆ ଜିଲ୍ଲା ଅନ୍ତର୍ଗତ ବନମାଙ୍ଖି ବ୍ଲକ୍‌ର ଜାନକୀ ନଗର ଅଞ୍ଚଳରେ ଥିବା ଶାଶୂଘରେ ରହୁଛନ୍ତି ବୋଲି ସେ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ