Masthead

ପୁଣି ଖଟିଆରେ ବୁହା ଗର୍ଭବତୀ

ପାପଡାହାଣ୍ଡି (ବଡ଼ ଖବର ବ୍ୟୁରୋ): ରାସ୍ତାରେ କାଦୁଅ ଯୋଗୁଁ ଗାଁକୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ । ଦୁଇ କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ । ରାସ୍ତାର କଦର୍ଯ୍ୟ ଅବସ୍ଥା ଯୋଗୁଁ ହୀନସ୍ତା ହୋଇଛନ୍ତି ରୋଗୀ ଏବଂ ସଂପର୍କୀୟ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ଗ୍ରାମପଞ୍ଚାୟତ କାଙ୍ଗମାଝୀଗୁଡା ଅନ୍ତର୍ଗତ ସିରାଗୁଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ଘାଟଗୁଡା ପଞ୍ଚାୟତ ଅନ୍ତର୍ଗତ କାଙ୍ଗମାଝୀଗୁଡା ସିରାଗୁଡା ଗାଁର ଶ୍ରୀଦେବୀ ଗୌଡ଼ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଗ୍ରାମର ଆଶା ଦିଦିକୁ ଯୋଗଯୋଗ କରିଥିଲେ ।

ଆଶା ଦିଦି ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଖବର ପାଇ ମେଡିକାଲରୁ ଆମ୍ବୁଲାନ୍ସ ବି ବାହାରିଥିଲା କିନ୍ତୁ କାଙ୍ଗମଝିଗୁଡା ଗାଁ ନିକଟରେ ଅଟକିବାକୁ ବାଧ୍ୟ ହୋଇଥିଲା । ଗାଁର ରାସ୍ତା ଖରାପ ଥିବାରୁ ଥିବାରୁ ଗାଡି ଯାଇପାରିଲା ନାହିଁ । ଏନେଇ ଆମ୍ବୁଲାନ୍ସ ଚାଳକ ସଂପର୍କୀୟଙ୍କୁ ଅବଗତ କରାଇଥିଲେ । ଅନ୍ୟପଟେ ଗର୍ଭବତୀ ଶ୍ରୀଦେବୀଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିବାରୁ ପରିବାର ଲୋକେ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ବାଧ୍ୟ ହୋଇଥିଲେ । ପରେ ସେଠାରୁ ପୁଣି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ନିଆଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ