Masthead

‘ସମ୍ବିତଙ୍କୁ ଟିକେଟ ଦିଆଗଲେ ବିକଳ୍ପ ଚିନ୍ତା ହେବ’

ପାରାଦୀପ (ବଡ଼ ଖବର ବ୍ୟୁରୋ): ପାରାଦୀପ ବିଜେଡିରେ କୁହୁଳୁଛି ଅସନ୍ତୋଷର ନିଆଁ । ପାରିବାରିକ ରାଜନୀତିକୁ ଜୋରଦାର ବିରୋଧ । ବିଧାୟକ ସମ୍ବିିତ ରାଉତରାୟଙ୍କ ବିରୋଧରେ ସମ୍ମିଳନୀ । ସମ୍ବିତଙ୍କୁ ଟିକେଟ ନଦେବାକୁ ଦାବି । ସମ୍ବିତଙ୍କୁ ଟିକେଟ ଦିଆଗଲେ ବିକଳ୍ପ ଚିନ୍ତା କରିବୁ ବୋଲି କହିଛନ୍ତି କର୍ମୀ । ଦିର୍ଘ ଦିନ ଧରି ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ବିଜେଡିର ଏକ ବୃହତ ଗୋଷ୍ଠୀ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରି ଏକାଠି ହେବା ସହିତ ବିଧାୟକ ସମ୍ବିତ ରାଉତରାୟ ଙ୍କୁ ଟିକେଟ ମିଳିଲେ ବିକଳ୍ପ ଚିନ୍ତା କରିବୁ ବୋଲି ଚେତାବନୀ ମଧ୍ୟ ଦେଉଛନ୍ତି।

ବିଧାୟକ ସମ୍ବିତ ରାଉତରାୟ ଗତ ଶୁକ୍ରବାର କୁଜଙ୍ଗ ଷଣ୍ଡପୁର ଠାରେ ଏକ କର୍ମୀ ସମ୍ମିଳନୀ କରି ବିରୋଧ କରୁଥିବା କର୍ମୀଙ୍କୁ ବୁଝାଇବା ବଦଳରେ ତାଚ୍ଛଲ୍ୟ କରିଥିଲେ। ମୋର ପିତା ଡାକ୍ତର ଦାମୋଦର ରାଉତ ତୁମମାନଙ୍କୁ ରାଜନିତିକୁ ଆଣିଥିଲେ , ତୁମମାନଙ୍କ ପାଇଁ ଏତେ କରିଥିଲେ । ମାତ୍ର ତାଙ୍କ ମୃତ୍ୟୁର ଦୁଇଦିନ ପରେ ତମେ ତାଙ୍କ ବିରୋଧରେ କହିବା ଆରମ୍ଭ କରିଦେଲ ? ତୁମକୁ ଧର୍ମ ସହିବ ନାହିଁ ବୋଲି ମଧ୍ୟ ପ୍ରକାଶ କରିଥିଲେ।

ଏହି କର୍ମୀ ସମ୍ମିଳନୀରେ ନିଜ ପତ୍ନୀଙ୍କୁ ଆଣି କର୍ମୀଙ୍କ ସହିତ ପରିଚିତ କରାଇ ପାରାଦୀପରୁ ତାଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ସମର୍ଥନ କରିବାକୁ ପ୍ରକାଶ କରିଥିଲେ। ଯାହାକୁ ନେଇ ଏବେ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି। ଦିର୍ଘ ଦିନ ଧରି ଦାମୋଦର ରାଉତ ଆମର ବିଧାୟକ ଥିଲେ । ଆମେ କର୍ମୀ ଭାବେ କାର୍ଯ୍ୟ କରିଛୁ ଏବଂ ତାଙ୍କର ସବୁ ସମୟରେ ଆମେ ତାଙ୍କ ପାଖରେ ଛିଡା ହୋଇଛୁ। ତାଙ୍କ ପୁଅଙ୍କୁ ମଧ୍ୟ ଆମେ ସମର୍ଥନ କରିଥିଲୁ । କିନ୍ତୁ ଦଳୀୟ କର୍ମୀଙ୍କୁ ତାଙ୍କର ଅବହେଳାକୁ ଆମେ ବରଦାସ୍ତ କରିବୁ ନାହିଁ।

୯୦ ଭାଗ ଲୋକଙ୍କୁ ଛାଡି ୧୦ ଭାଗ ଲୋକଙ୍କ କଥାରେ ପରିଚାଳିତ ହେଉଥିବା ଏବଂ ଦଳୀୟ କର୍ମୀଙ୍କୁ ବୁଝାଇବା ପରିବର୍ତ୍ତେ ସଭାରେ ସମାଲୋଚନା କରୁଥିବା ବିଧାୟକ କିଭଳି କାର୍ଯ୍ୟ କରୁଥିବେ ତାହା ସମସ୍ତେ ଜାଣନ୍ତି ବୋଲି ଅସନ୍ତୁଷ୍ଟ କର୍ମୀମାନେ ପ୍ରକାଶ କରିଛନ୍ତି। ପାରାଦୀପପରେ କଣ ଦାମୋଦର ରାଉତଙ୍କ ପରିବାର ହିଁ ବିଧାୟକ ପାଇଁ ଯୋଗ୍ୟ ଆଉ କେହି ନାହାନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଯଦି ତାଙ୍କ ପରିବାର ରୁ କାହାରିକୁ ଟିକେଟ ଦିଆଯାଏ ତେବେ ଆମେ ବିରୋଧ କରିବୁ ଏବଂ ବିକଳ୍ପ ଚିନ୍ତା କରିବୁ ବୋଲି ସାମ୍ବାଦିକ ସମ୍ମିଳନୀରେ ଖୋଲାଖୋଲି ଘୋଷଣା କରିଛନ୍ତି ବିଜେଡି କର୍ମୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ