ପରିବାରର ୬ଜଣଙ୍କୁ ହତ୍ୟା ଘଟଣା, ୨ ଅଟକ

ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ): ପାଟଣାଗଡ଼ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ମୃତ ବୁଲୁ ଜାନୀ ଗତ ୧୦ ବର୍ଷ ତଳେ ଝାରଖଣ୍ଡ ରାଜ୍ୟରୁ ଆସି ପାଟଣାଗଡ ସହରାପଡାଠାରେ ରହୁଥିଲେ । ତାଙ୍କ ସହ ନିଜ ସମ୍ପ୍ରଦାୟର କିଛି ପରିବାର ମଧ୍ୟ ସେଠାରେ ରହୁଥିଲେ । ଏମାନଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା । ବୁଲୁ ଜାନୀର ଦୂର ସମ୍ପର୍କୀୟ ବାବୁଲା ଜାନୀର ପରିବାରକୁ ଛାଡି ସମସ୍ତେ ଅନ୍ୟ କୌଣସି ସ୍ଥାନକୁ ପଳାଇଥିଲେ । । ଗତ ଦୁଇ ତିନ ଦିନ ତଳେ ବୁଲୁ ଜାନୀର ପୁଅ ସରୋଜଙ୍କୁ ବାବୁଲା ଜାନୀର ପୁଅ ଶିବା ଜାନୀ ଏବଂ ବୁଲା ଜାନୀ ଫୋନ ମାଧ୍ୟମରେ ହତ୍ୟା ଧମକ ଦେଇଥିବା ସରୋଜ କହିଛନ୍ତି । ପୋଲିସ ବାବୁଲା ଜାନୀର ଦୁଇ ପୁଅ ଶିବା ଜାନୀ ଏବଂ ବୁଲା ଜାନୀଙ୍କୁ ଅଟକରଖି ପଚରା ଉଚରା ଜାରି ରଖିଛି । ଏହାସହ ପୋଲିସ ୬ଟି ଶବ ବ୍ୟବଚ୍ଛେଦ କରିଥିବା ବେଳେ ବୁଲୁ ଜାନୀଙ୍କ ପରିବାରକୁ ହସ୍ତାନ୍ତର କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’