Masthead

ବେଆଇନ ପିଡିଏସ ସାମଗ୍ରୀ ଜବତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଟକ ଜିଲ୍ଲା ବାରଙ୍ଗ ବ୍ଲକ ଦାଢ଼ାପାଟଣା ଗ୍ରାମରେ ପିଡ଼ିଏସ ସାମଗ୍ରୀ ଯୋଗାଣ ପାଇଁ ଡିଲରସିପି ନେଇଥିବା ଲକ୍ଷ୍ମୀପ୍ରିୟା ବେହେରାଙ୍କ ଘରୁ ବହୁ ପରିମାଣର ଖାଉଟି ସାମଗ୍ରୀ ଜିଲ୍ଲା ଯୋଗାଣ ବିଭାଗ ଜବତ କରିଛି । କୋଭିଡ୧୯ କଟକଣା ପାଇଁ ପ୍ରତ୍ୟେକ କାର୍ଡଧାରୀଙ୍କୁ ଟିପଚିହ୍ନ ବଦଳରେ ଦସ୍ତଖତ କରାଯାଇ ପିଡ଼ିଏସ ସାମଗ୍ରୀ ଦିଆଯାଉଥିଲା। ହେଲେ ଲକ୍ଷ୍ମୀପ୍ରିୟା ମେସିନ୍ରେ ସବୁ ସାମଗ୍ରୀ ବଣ୍ଟନ କରାଯାଇଛି ବୋଲି ଦଶୟାଇଥିଲେ । ମାତ୍ର ଘରେ ବହୁ ପରିମାଣର ପିଡ଼ିଏସ ସାମଗ୍ରୀ ମହଜୁଦ ରଖିଥିଲେ । ମେସିନରେ ସମସ୍ତ ପିଡ଼ିଏସ ସାମଗ୍ରୀ କାର୍ଡଧାରୀଙ୍କୁ ଦିଆଯାଇଥିବା ବେଳେ ଏତେ ପରିମାଣର ପିଡ଼ିଏସ ସାମଗ୍ରୀ ଗଚ୍ଛିତ ରଖିବା ଆଇନ ବିରୁଦ୍ଧ।

ସେପଟେ, ଖବର ପାଇ,କଟକ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଜ୍ଞାନନ୍ଦଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ଦାଢ଼ାପାଟଣା ଗ୍ରାମର ଲକ୍ଷ୍ମୀପ୍ରିୟା ବେହେରାଙ୍କ ପିଡ଼ିଏସ ସାମଗ୍ରୀ କେନ୍ଦ୍ରରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଠୁଳ ହୋଇଥିବା ୨୫ ପ୍ୟାକେଟ ଗହମ,୧୦ ପ୍ୟାକେଟ ଚାଉଳ,୧୨୦୦ ଲିଟର କିରୋସିନ, ୨ ପ୍ୟାକେଟ ବୁଟଡାଲି ଏବଂ ଏକ ଟିପଚିହ୍ନ ମେସିନକୁ ଜବତ କରାଯାଇଛି । ଜବତ ପିଡ଼ିଏସ ସାମଗ୍ରୀର ମୂଲ୍ୟ ପାଖାପାଖି ଏକଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ,ଲକ୍ଷ୍ମୀପ୍ରିୟା କହିଛନ୍ତି ,କୋଭିଡ ପାଇଁ ବହୁତ ଲୋକେ ତାଙ୍କର ସାମଗ୍ରୀ ନେଇ ନାହାନ୍ତି। କିନ୍ତୁ ପିଡ଼ିଏସ ସାମଗ୍ରୀର ଟଙ୍କା ପଇଠ କରିଛନ୍ତି। କୋଭିଡ କମିଲେ ସାମଗ୍ରୀ ନେବେ ବୋଲି ଗ୍ରାମର କେତେକ ପିଡ଼ିଏସ କାର୍ଡଧାରୀ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର