Masthead

କୃଷକ ଆନ୍ଦୋଳନ: ଫାଶୀ ଲଗାଇ ଜଣେ କୃଷକଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ (ବଡ଼ ଖବର): ଦିନକୁ ଦିନ ଉଗ୍ର ରୂପ ନେଉଛି ଚାଷୀ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଅସନ୍ତୋଷ ଜାରି ରହିଛି । ହରିୟାଣା ବାହାଦୂରଗଡରେ ଜଣେ କୃଷକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେହିପରି ଟିକ୍ରି ସୀମାରେ ଆଉ ଦୁଇଜଣ ଚାଷୀଙ୍କ ମୃତ୍ୟୁ ବରଣ କରିଛନ୍ତି ।

ଜଣେ କୃଷକ ପଞ୍ଜାବର ସାଙ୍ଗରୁର ଏବଂ ଅନ୍ୟଟି ମୋଗା ଜିଲ୍ଲାର। ଉଭୟ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।କୃଷକ ଜଣଙ୍କ ସେକ୍ଟର- ୯ ବାଇପାସ୍ ପାର୍କରେ ଥିବା ଏକ ଗଛରେ ଫାଶୀ ଲଗାଇଥିବା ସୂଚନା ମିଳିଛି । ମୃତ ଚାଷୀଙ୍କ ପଖରୁ ଏକ ଆତ୍ମହତ୍ୟା ନୋଟ ମିଳିଛି।

ଆତ୍ମହତ୍ୟା ନୋଟରେ ଏହା ଲେଖାଯାଇଛି ଯେ, ସରକାର କେବଳ ତାରିଖ ଦେଉଛନ୍ତି। କଳା ନିୟମ କେବେ ବାତିଲ ହେବ ଜାଣି ନାହିଁ। କଳା ନିୟମ ବାତିଲ ନ ହେବା ପର୍ୟ୍ୟନ୍ତ ମୁଁ ଏଠାରୁ ଯିବି ନାହିଁ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବାସହ ବ୍ୟବଚ୍ଛେଦ ପାଇଁ ସିଭିଲ ହସ୍ପିଟାଲକୁ ପଠାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ