Masthead

କୃଷକ ଆନ୍ଦୋଳନ: ଫାଶୀ ଲଗାଇ ଜଣେ କୃଷକଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ (ବଡ଼ ଖବର): ଦିନକୁ ଦିନ ଉଗ୍ର ରୂପ ନେଉଛି ଚାଷୀ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଅସନ୍ତୋଷ ଜାରି ରହିଛି । ହରିୟାଣା ବାହାଦୂରଗଡରେ ଜଣେ କୃଷକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେହିପରି ଟିକ୍ରି ସୀମାରେ ଆଉ ଦୁଇଜଣ ଚାଷୀଙ୍କ ମୃତ୍ୟୁ ବରଣ କରିଛନ୍ତି ।

ଜଣେ କୃଷକ ପଞ୍ଜାବର ସାଙ୍ଗରୁର ଏବଂ ଅନ୍ୟଟି ମୋଗା ଜିଲ୍ଲାର। ଉଭୟ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।କୃଷକ ଜଣଙ୍କ ସେକ୍ଟର- ୯ ବାଇପାସ୍ ପାର୍କରେ ଥିବା ଏକ ଗଛରେ ଫାଶୀ ଲଗାଇଥିବା ସୂଚନା ମିଳିଛି । ମୃତ ଚାଷୀଙ୍କ ପଖରୁ ଏକ ଆତ୍ମହତ୍ୟା ନୋଟ ମିଳିଛି।

ଆତ୍ମହତ୍ୟା ନୋଟରେ ଏହା ଲେଖାଯାଇଛି ଯେ, ସରକାର କେବଳ ତାରିଖ ଦେଉଛନ୍ତି। କଳା ନିୟମ କେବେ ବାତିଲ ହେବ ଜାଣି ନାହିଁ। କଳା ନିୟମ ବାତିଲ ନ ହେବା ପର୍ୟ୍ୟନ୍ତ ମୁଁ ଏଠାରୁ ଯିବି ନାହିଁ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବାସହ ବ୍ୟବଚ୍ଛେଦ ପାଇଁ ସିଭିଲ ହସ୍ପିଟାଲକୁ ପଠାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି