ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଣ୍ଡଫଟା ଖରାରେ ମଣିଷ ଆଉଟୁପାଉଟୁ ହୋଇଯାଉଛି । ଏ ତ ସାଧାରଣ ମାଙ୍କଡ଼ ଟିଏ, ସମ୍ଭାଳିବ ବା କେମିତି । ସମୟ ଦିନ ଦିନ ୧୧ ଟା । ହଠାତ ଏକ ମାଙ୍କଡ଼ ଚାଲିଆସିଲା ଜୟଦେବ ଭବନ ପାଖକୁ । ସେଠାରେ ଥିବା ଲୋକ ମାନଙ୍କର ଗୋଡ ଧରି କାକୁତି ମିନତି ହେଲା । କିଛି ଲୋକ ବୁଝି ପାରିଲେ ମାଙ୍କଡ଼ର ମନକଥା । ପ୍ରଥମେ ଦେଲେ ଥଣ୍ଡା ପାଣି । ପରେ ଓଆରଏସ ପାଣି । ପରେ କିଛି ଖାଦ୍ୟ । ମାଙ୍କଡ଼ ପାଣି ପିଇ ଖାଦ୍ୟ ଖାଇବା ପରେ ସାଷ୍ଟାଙ୍ଗ ହେଲା । ଏହି ନିରିହ ଜୀବ ଟି ବୁଝି ପାରୁଥିଲା ପ୍ରକୃତିର କୃରତା ଓ ମଣିଷର ଆତ୍ମୀୟତା ।