Masthead

ସଭାପତିଙ୍କ ଆସନକୁ ଆଙ୍ଗୁଠି ଦେଖାଇଲେ ଜୟା ବଚ୍ଚନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ପୁଣି ଚର୍ଚ୍ଚାରେ ରାଜ୍ୟସଭା ସାଂସଦ ଜୟା ବଚ୍ଚନ । ରାଜ୍ୟସଭାରେ ସଭାପତି ଜଗଦୀପ ଧନଖଡଙ୍କୁ ଆଙ୍ଗୁଠି ଦେଖାଇ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସମାଜବାଦୀ ଦଳର ସାଂସଦ ସଭାପତିଙ୍କ ଆସନକୁ ଆଙ୍ଗୁଠି ଦେଖାଉଥିବା ଦେଖିବାକୁ ମିଳିଛି । ସଂସଦରେ ଅସଂସଦୀୟ ଆଚରଣ ପାଇଁ ସପା ସାଂସଦଙ୍କୁ ଅନେକ ସମୟରେ ବିବାଦୀୟ ପରିସ୍ଥିତିର ସାମ୍ନା କରିବାକୁ ମଧ୍ୟ ପଡିଥାଏ । ଚଳିତ ବଜେଟ ଅଧିବେଶନ ବେଳେ ସଦନରେ ହଙ୍ଗାମା ଚାଲିଥିଲା ।

ସଂସଦରେ ହୋହଲ୍ଲା କରିବା ଏବଂ ଏହାକୁ ରେକର୍ଡ କରିବା ମାମଲାରେ କଂଗ୍ରେସ ସାଂସଦ ରଜନୀ ପଟେଲଙ୍କୁ ଚଳିତ ଅଧିବେଶନରୁ ନିଲମ୍ବନ କରାଯାଇଛି । ଏହାକୁ ନେଇ ଜୟା ବିରୋଧ କରିବା ସହ କଂଗ୍ରେସ ସାଂସଦଙ୍କ ସମର୍ଥନରେ ବାହାରିଥିଲେ । ତାଙ୍କ କହିବା କଥା ଯେ ରଜନୀଙ୍କୁ କହିବାକୁ ସୁଯୋଗ ଦିଆଯାଇନଥିଲା । ଜୟା ଏହି ସମୟରେ ଗୃହର ମଧ୍ୟଭାଗକୁ ଆସି ସଭାପତିଙ୍କ ଆଡକୁ ଆଙ୍ଗୁଳି କରିଥିବା ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା