Masthead

ହାଥରାସ ଯିବାକୁ ରାହୁଲଙ୍କୁ ଅନୁମତି

ଲକ୍ଷ୍ନୌ, (ବଡ଼ ଖବର ବ୍ୟୁରୋ) : ଉତ୍ତରପ୍ରଦେଶର ହାଥରାସ ଜିଲ୍ଲାର ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣବଳାତ୍କାର ଘଟଣା ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ବିରୋଧୀ ଉତ୍ତରପ୍ରଦେଶ ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ସେମାନଙ୍କ ସମର୍ଥକଙ୍କ ସହ ଗୁରୁବାର ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ହାଥରାସ ଯାଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଅଟକାଇଥିଲା । ଉଭୟଙ୍କୁ ୟୁପି ପୋଲିସ ଗିରଫ ମଧ୍ୟ କରିଥିଲା । ଏହାକୁ ନେଇ ବିରୋଧୀ ତମ୍ଭିତୋଫାନ କରିଥିଲେ । ଏହା ଗଣତନ୍ତ୍ରର ହତ୍ୟା ବୋଲି ଅଭିଯୋଗ ଉଠିଥିଲା । ତେବେ ଶନିବାର ୟୁପି ପ୍ରଶାସନ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ପାଞ୍ଚ ଜଣଙ୍କୁ ଅନୁମତି ଦେଇଛି । ରାହୁଲ ଓ ପ୍ରିୟଙ୍କା ଦିଲ୍ଲୀରୁ ବାହାରି ହାଥରାସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ତେବେ କଂଗ୍ରେସର ଏହି ଟିମରେ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ମୋଟ ୩୫ ଜଣ ସାଂସଦ ଥିବାରୁ ପୋଲିସ ସେମାନଙ୍କୁ ଉତ୍ତରପ୍ରଦେଶ ସୀମାରେ ଅଟକାଇଥିଲା । ଫଳରେ ସେଠାରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତେଜନା ରୋକିବା ପାଇଁ ପୋଲିସ କଂଗ୍ରେସ କର୍ମକର୍ତ୍ତାଙ୍କ ଉପରେ ମୃଦୁ ଲାଠି ଚାଳନା କରିଥିଲା । ପରେ ପାଞ୍ଚଜଣଙ୍କୁ ଛାଡ଼ି ଅନ୍ୟମାନଙ୍କୁ ସୀମାରେ ଅଟକାଇ ଦିଆଯାଇଛି ।

ଅନ୍ୟପଟେ ହାଥରାସ ଯିବା ପୂର୍ବରୁ ରାହୁଲ ଗାନ୍ଧୀ ଟ୍ୱିଟରରେ ଲେଖିଛନ୍ତି, ‘ୟୁପି ସରକାର ଏବଂ ପୋଲିସ ଦ୍ୱାରା ଝିଅ ଏବଂ ତାଙ୍କ ପରିବାର ପ୍ରତି ହେଉଥିବା ଆଚରଣକୁ ମୁଁ ଗ୍ରହଣ କରେ ନାହିଁ । କୌଣସି ଭାରତୀୟ ମଧ୍ୟ ଏହାକୁ ଗ୍ରହଣ କରିବା ଉଚିତ୍ ନୁହେଁ । ଦୁନିଆର କୌଣସି ଶକ୍ତି ମଧ୍ୟ ତାଙ୍କୁ ହାଥରସର ଦୁଃଖୀ ପରିବାରକୁ ଭେଟିବା ଏବଂ ସେମାନଙ୍କ ଯନ୍ତ୍ରଣା ବାଣ୍ଟିବାକୁ ଅଟକାଇ ପାରିବ ନାହିଁ ବୋଲି ରାହୁଲ ଟୁଇଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ