Masthead

ହାଥରସ୍ ମାମଲା, ପୀଡ଼ିତାଙ୍କ ପରିବାରକୁ ଭେଟିବେ ଅଖିଳେଶ

ଉତ୍ତରପ୍ରଦେଶ (ବଡଖବର ବ୍ୟୁରୋ): ଦିନକୁ ଦିନ ହାଥରସ୍ ମାମଲାକୁ ରାଜନୀତି ତୀବ୍ର ହେବାରେ ଲାଗିଛି । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂହ ଯାଦବ ବିଦେଶରୁ ଫେରିବା ପରେ ଅକ୍ଟୋବର ୪ ତାରିଖରେ ପୀଡ଼ିତାଙ୍କ ପରିବାରକୁ ଭେଟିବେ ବୋଲି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଘଟଣାରେ ଡିଏମ ଏବଂ ଏସପିଙ୍କ ବିରୋଧରେ ମାମଲା ରୁଜୁ ହେବା ଦରକାର । ପୀଡ଼ିତାଙ୍କ ସହ ଅଭିଯୁକ୍ତଙ୍କ ପଲିଗ୍ରାଫ ଏବଂ ନାର୍କୋ ଟେଷ୍ଟ ହେବା ସହ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି ଅଖିଳେଶ ।

ସେପଟେ ଗୁରୁବାର ପୀଡ଼ିତାଙ୍କ ପରିବାରକୁ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରା ଭେଟିବାକୁ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଗ୍ରେଟର ନୋଏଡା ପାସ କରିବାକୁ ଦେଇ ନ ଥିଲା । ଉଭୟଙ୍କୁ ଗିରଫ ମଧ୍ୟ କରି କିଛି ସମୟ ଅଟକ ରଖିଥିଲା । ତେବେ ଆଜି ପୁଣିଥରେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଛନ୍ତି ରାହୁଲ ଏବଂ ପ୍ରିୟଙ୍କା । ଏବେ ଅଖିଳେଶ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ