Masthead

ବଢୁଛି ପେଟ୍ରୋଲ, ଡିଜେଲ ଦର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦେଶରେ ଲଗାତାର ବଢିଚାଲିଛି ତୈଳ ଦର । ଦିନକୁ ଦିନ ରେକର୍ଡ ସୃଷ୍ଟି କରିବାରେ ଲାଗିଛି ବର୍ଦ୍ଧିତ ତୈଳଦର । ପେଟ୍ରୋଲ ଓ ଡିଜେଲର ଦାମ ବଢୁଥିବାରୁ ଖାଉଟି ହନ୍ତସନ୍ତ । ଗୋଟିଏ ପଟେ ପାର୍ବଣ ଋତୁ ଆରମ୍ଭ ହେଉଥିବାବେଳେ ଲୋକଙ୍କୁ ମହଙ୍ଗା ମାଡ଼ର ଶିକାର ହେବାକୁ ପଡ଼ିଛି । ଆଜିକୁ ୩ ଦିନ ହେବ ଲଗାତାର ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ବଢିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି ।

 ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ୮୮ ପଇସା ଓ ଡିଜେଲ ୯୪ପଇସା ବଢିଥିବା ସୂଚନା ମିଳିଛି ।ଏହି ଦର ପରେ ଭୁବନେଶ୍ୱରରେ ପେଟ୍ରୋଲ ଭଳି ଡିଜେଲ ମଧ୍ୟ ୧୦୦ଟଙ୍କା ପାର କରିଛି । ଡିଜେଲ ୯୪ ପଇସା ବୃଦ୍ଧି ପାଇଥିବାରୁ ଭୁବନେଶ୍ୱରରେ ଏହା ଲିଟର ପିଛା ଦାମ ୧୦୪.୫୧ ଟଙ୍କାରେ ବିକ୍ରି ହେଉଛି । ସେହିପରି ପେଟ୍ରୋଲର ଲିଟର ପିଛା ଦାମ ୧୦୪.୫୭ଟଙ୍କା ରହିଛି । ଗତକାଲି ଭୁବନେଶ୍ୱରରେ ଲିଟର ଦାମ ୧୦୩.୨୪ ଟଙ୍କା ଓ ଡିଜେଲ ଲିଟର ପିଛା ୯୧.୭୭ ଟଙ୍କା ହୋଇଛି । ତେବେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ୩୮ ପଇସା ମହଙ୍ଗା ହୋଇଛି । ନୂଆ ଦର ପରେ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦାମ ୧୦୯.୨୫ଟଙ୍କା ଛୁଇଁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା