Masthead

ବି-୮, ୭୪ ବଙ୍ଗଳା ହିଁ ‘ମାମୁଁ ଘର’: ଶିବରାଜସିଂ ଚୌହ୍ୱାନ

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ): ପୂର୍ବରୁ ୪ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଶିବରାଜ ସିଂ ଚୌହ୍ୱାନ ପୁଣିଥରେ ଦଳ ତାଙ୍କୁ ଏହି ଦାୟିତ୍ୱ ଦେବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ତାହା ହେଲା ନାହିଁ । ଯାହାକୁ ନେଇ ଶିବରାଜଙ୍କ ପ୍ରଶଂସକ ନିରାଶ ହୋଇଥିଲେ। ଆଉ ଏବେ ନିଜେ ମୁହଁ ଖୋଲିଛନ୍ତି ଶିବରାଜ । କହିଛନ୍ତି ଅନେକ ଥର ରାଜ୍ୟାଭିଷେକ ହେବା ପୂର୍ବରୁ ବନବାସ ଯିବାକୁ ପଡ଼ିଥାଏ । ଏହା କିଛି ଉଦ୍ଦେଶ୍ୟ ପୂରଣ କରିବା ଲାଗି ହୋଇଥାଏ।

ତାଙ୍କୁ ମୁଖ୍ୟମନ୍ତ୍ରୀ ନ କରିବା ପଛରେ କିଛି ବଡ଼ ଉଦ୍ଦେଶ୍ୟ ନିଶ୍ଚିତ ଭାବେ ରହିଥିବ ବୋଲି ସେ କହିଛନ୍ତି। ରାଜଧାନୀ ଭୋପାଳରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ଶିବରାଜ କହିଛନ୍ତି ରାଜ୍ୟବାସୀଙ୍କ ସେବା ସର୍ବଦା କରିବେ । କାହାକୁ ବ୍ୟସ୍ତ ନହେବା ପାଇଁ କହିଛନ୍ତି । ତାଙ୍କ ଜୀବନ ସର୍ବଦା ରାଜ୍ୟବାସୀଙ୍କ ଲାଗି। ଏବେ ବି ସେ ରାଜ୍ୟର ଜନତାଙ୍କ ଲାଗି କାମ କରିବେ। ଲୋକଙ୍କ ଜୀବନର ଦୁଃଖକୁ ଦୂର କରିବା ଲାଗି ପୃଥିବୀକୁ ଆସିଛନ୍ତି ବୋଲି ସେ କହିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ଭାବେ ଶିବରାଜ ରାଜ୍ୟର ମହିଳାଙ୍କ ସହ ଭାଇ ଭଳି ସମ୍ପର୍କ ରଖିଥିଲେ। ଏଣୁ ତାଙ୍କୁ ମାମା ବୋଲି କୁହାଯାଉଥିଲା। ଏବେ ସେ ନିଜର ନୂଆ ଠିକଣାକୁ ଏହି ନାମରେ ରଖିଛନ୍ତି। ବି-୮, ୭୪ ବଙ୍ଗଳା ହିଁ ‘ମାମୁଁ ଘର’ ଭାବେ ଜଣାଶୁଣା ରହିବ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା