Masthead

ବିଦେଶ ମାଟିରେ ଫାଲଗୁନ ଚୈତ୍ର

ଲଣ୍ଡନ  (ବଡ଼ ଖବର ବ୍ୟୁରୋ): ବିଦେଶ ମାଟିରେ ଓଡ଼ିଆ ମହକ । ଲଣ୍ଡନ ଓ ଆଇସଲାଣ୍ଡରେ ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ଫାଲଗୁନ ଚୈତ୍ର । କନେକ୍ଟଭିଆ ମିଡିଆ ଦ୍ୱାରା ପ୍ରସ୍ତୁତ ଆଦ୍ୟା ଜଗଦ୍ଦେବ ପ୍ରଡକ୍ସନ୍ ବ୍ୟାନରେ ନିର୍ମିତ ହୋଇଛି ଓଡ଼ିଆ ମୁଭି ଫାଲଗୁନ ଚୈତ୍ର । ଏହାର ନିର୍ଦ୍ଦେଶକ ତରୁଣ କୁମାର ଦାସଙ୍କୁ ଲଣ୍ଡନ ଓ ଆଇସଲାଣ୍ଡର ଓଡ଼ିଆ ଦର୍ଶକମାନେ ପ୍ରଶଂସା କରିଛନ୍ତି । ୟୁକେରେ ଓଡ଼ିଆ ଫିଲ୍ମ ରିଲିଜ ହୋଇଥିବାରୁ ଦର୍ଶକ ଖୁସ୍ । ଫିଲ୍ମ ଦେଖି ସମସ୍ତେ ଉତ୍ସାହିତ । ଆଶା କରିଛନ୍ତି ଫ୍ୟୁଚରରେ ଏମିତି ଆହୁରି ମୁଭି ଆସିବ । ଓଡ଼ିଆ ଫିଲ୍ମ ବିଦେଶରେ ରିଳିଜ ହେବା ପ୍ରଶଂସନୀୟ ।ଦେଶ ବିଦେଶରେ ଓଡ଼ିଆ ଭାଷା, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିର୍ଦ୍ଦେଶକ ତରୁଣ କୁମାର ଦାସ ପ୍ରତିଶ୍ରୁତିବନ୍ଧ ବୋଲି କହିଛନ୍ତି । ଲଣ୍ଡନ ଓ ଆଇସଲାଣ୍ଡରେ ଥିବା ଓଡ଼ିଆମାନଙ୍କ ପାଖରେ ଓଡ଼ିଆ ସିନେମା ଫାଲଗୁନ ଚୈତ୍ର ପହଞ୍ଚିବା ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ନିଶ୍ଚୟ । ବିଦେଶରେ ରହୁଥିବା ଓଡ଼ିଆଙ୍କ ପାଖରେ ଓଡ଼ିଆପଣର ଟିକିଏ ଛିଟା ପକାଇବା କନେକ୍ଟଭିଆ ମିଡିଆର ଲକ୍ଷ୍ୟ ।
ଓଡ଼ିଆ ଫିଲ୍ମ ଦେଖି ସମସ୍ତେ ଖୁସିଥିବାବେଳ ଆଗକୁ ଆହୁରି ଏଭଳି ଓଡ଼ିଆ ମୁଭିକୁ ନେଇ ଆଶାବାଦୀ ଅଛନ୍ତି ଦର୍ଶକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ