Masthead

ଅଭିଯୋଗ ଆଣିଛନ୍ତି ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ

ପିପିଲି(ବଡ଼ ଖବର ବ୍ୟୁରୋ): ପିପିଲିରେ ଅପରାଧୀଙ୍କ ହଟସ୍ପଟ ପାଲଟିଛି। ପୋଲିସ ଦେଉଛି ସୁରକ୍ଷା। ଥାନାଧିକାରୀଙ୍କ ଛତ୍ର ଛାୟାରେ ହେଉଛି ଅପରାଧ। ପୋଲିସ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ବେଳେ ନିରିହଙ୍କ ଉପରେ କରୁଛି ଜୁଲମ। ଏଭଳି ସଂଗିନ ଅଭିଯୋଗ ଆଣିଛନ୍ତି ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ପୁର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ । ପିପିଲି ପୋଲିସ ଯୋଗୁଁ ପିପିଲିରେ ଆଇନ ସୃଙ୍ଖଳା ବିଗୁଡୁଛି । ଏ ସଂପର୍କରେ ଯୁଧିଷ୍ଠିର ପିପିଲି ଏସଡିପିଓ ଦେବଦତ୍ତ ବରାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଏ ସଂପର୍କରେ ଆଲୋଚନା ପାଇଁ ଦିନ ମଧ୍ୟ ଧାର୍ଯ୍ୟ ହୋଇଥିଲା । ଠିକ୍ ସମୟରେ ଥାନା ଅଧିକାରୀଙ୍କ ପ୍ରକୋଷ୍ଠରେ ହୋଇଥିଲା ଆଲୋଚନା ।

ପିପିଲିରେ ଆଇନ ଶୃଙ୍ଖଳା ବ୍ୟାହତ ସଂପର୍କରେ ଥାନା ଅଧିକାରୀ ଅଭିମନ୍ୟୁ ନାୟକଙ୍କୁ ଦାୟୀ କରିଥିଲେ ଯୁଧିଷ୍ଠିର । ଏହାକୁ ନେଇ ଥାନା ଅଧିକାରୀ ଏବଂ ଯୁଧିଷ୍ଠିରଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ଥାନା ଅଧିକାରୀ ଉତକ୍ଷିପ୍ତ ହୋଇ ଯୁଧିଷ୍ଠିରଙ୍କୁ ଗିରଫ କରିବା ପାଇଁ ଧମକାଇ ଥିବା ଯୁଧିଷ୍ଠିର ଅଭିଯୋଗ କରିଛନ୍ତି । ସେଠାରେ ଉପସ୍ଥିତ ଥିବା ଏସଡିପିଓଙ୍କ ନିର୍ଦ୍ଦେଶକୁ ଥାନା ଅଧିକାରୀ ମାନି ନଥିବା ମଧ୍ୟ କହିଛନ୍ତି । ତେବେ ଯୁଧିଷ୍ଠିର ପିପିଲି ପୋଲିସ ବିରୁଦ୍ଧରେ ସଂଗିନ ଅଭିଯୋଗ ଆଣି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଡିଜିପି, ଡିଆଇଜି, ଏସପି, ଏସଡିପିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ