Masthead

ଅଭିଯୋଗ ଆଣିଛନ୍ତି ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ

ପିପିଲି(ବଡ଼ ଖବର ବ୍ୟୁରୋ): ପିପିଲିରେ ଅପରାଧୀଙ୍କ ହଟସ୍ପଟ ପାଲଟିଛି। ପୋଲିସ ଦେଉଛି ସୁରକ୍ଷା। ଥାନାଧିକାରୀଙ୍କ ଛତ୍ର ଛାୟାରେ ହେଉଛି ଅପରାଧ। ପୋଲିସ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ବେଳେ ନିରିହଙ୍କ ଉପରେ କରୁଛି ଜୁଲମ। ଏଭଳି ସଂଗିନ ଅଭିଯୋଗ ଆଣିଛନ୍ତି ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ପୁର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ । ପିପିଲି ପୋଲିସ ଯୋଗୁଁ ପିପିଲିରେ ଆଇନ ସୃଙ୍ଖଳା ବିଗୁଡୁଛି । ଏ ସଂପର୍କରେ ଯୁଧିଷ୍ଠିର ପିପିଲି ଏସଡିପିଓ ଦେବଦତ୍ତ ବରାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଏ ସଂପର୍କରେ ଆଲୋଚନା ପାଇଁ ଦିନ ମଧ୍ୟ ଧାର୍ଯ୍ୟ ହୋଇଥିଲା । ଠିକ୍ ସମୟରେ ଥାନା ଅଧିକାରୀଙ୍କ ପ୍ରକୋଷ୍ଠରେ ହୋଇଥିଲା ଆଲୋଚନା ।

ପିପିଲିରେ ଆଇନ ଶୃଙ୍ଖଳା ବ୍ୟାହତ ସଂପର୍କରେ ଥାନା ଅଧିକାରୀ ଅଭିମନ୍ୟୁ ନାୟକଙ୍କୁ ଦାୟୀ କରିଥିଲେ ଯୁଧିଷ୍ଠିର । ଏହାକୁ ନେଇ ଥାନା ଅଧିକାରୀ ଏବଂ ଯୁଧିଷ୍ଠିରଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ଥାନା ଅଧିକାରୀ ଉତକ୍ଷିପ୍ତ ହୋଇ ଯୁଧିଷ୍ଠିରଙ୍କୁ ଗିରଫ କରିବା ପାଇଁ ଧମକାଇ ଥିବା ଯୁଧିଷ୍ଠିର ଅଭିଯୋଗ କରିଛନ୍ତି । ସେଠାରେ ଉପସ୍ଥିତ ଥିବା ଏସଡିପିଓଙ୍କ ନିର୍ଦ୍ଦେଶକୁ ଥାନା ଅଧିକାରୀ ମାନି ନଥିବା ମଧ୍ୟ କହିଛନ୍ତି । ତେବେ ଯୁଧିଷ୍ଠିର ପିପିଲି ପୋଲିସ ବିରୁଦ୍ଧରେ ସଂଗିନ ଅଭିଯୋଗ ଆଣି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଡିଜିପି, ଡିଆଇଜି, ଏସପି, ଏସଡିପିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି