୨୦୧୯ରୁ ୨୦୨୩ ଯାତ୍ରା..ଆଲିଙ୍ଗନ..ଉତ୍ସାହିତ..ଅଭିନନ୍ଦନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଫଳ ହୋଇଛି ଚନ୍ଦ୍ରଯାନ । ଏବେ ଚନ୍ଦ୍ରରେ ଚାଲୁଛି ଭାରତ । ଗର୍ବରେ ପ୍ରତ୍ୟେକ ଭାରତୀୟ କହୁଛନ୍ତି ଜୟ ହୀନ୍ଦ ଜୟ ଭାରତ । ଚନ୍ଦ୍ରୟାନ-୩ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇଛନ୍ତି। ଇସ୍ରୋର ମୁଖ୍ୟଙ୍କୁ ଆଲିଙ୍ଗନ କରିବା ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ୨୦୧୯ରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ତତ୍କାଳୀନ ଇସ୍ରୋ ମୁଖ୍ୟ କେ ଶିବନଙ୍କୁ ମଧ୍ୟ ଆଲିଙ୍ଗନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଙ୍ଗାଲୋରରେ ଇସ୍ରୋର ହିରୋଙ୍କୁ ଭେଟିଥିଲେ। ଇସ୍ରୋର ମୁଖ୍ୟ ଏସ ସୋମନାଥଙ୍କୁ ଆଲିଙ୍ଗନ କରି ଚନ୍ଦ୍ରୟାନ -୩ ର ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ଏହା ପ୍ରଥମ ଘଟଣା ନୁହେଁ ଯେ ପିଏମ ମୋଦି ଜଣେ ଇସ୍ରୋ ମୁଖ୍ୟଙ୍କୁ ଆଲିଙ୍ଗନ କରିଛନ୍ତି। ଏହାପୂର୍ବରୁ ୨୦୧୯ ରେ ମଧ୍ୟ ମୋଦି ତତ୍କାଳୀନ ଇସ୍ରୋ ମୁଖ୍ୟ କେ ଶିବନଙ୍କୁ ଆଲିଙ୍ଗନ କରିଥିଲେ।

ଚନ୍ଦ୍ରଯାନ -୨ ୨୦୧୯ ରେ ଅବତରଣ କରିବାର କିଛି ସମୟ ପୂର୍ବରୁ କ୍ରାସ କରିଯାଇଥିଲା । ଯେଉଁଥି ପାଇଁ କେ ଶିବନ ଭାବପ୍ରବଣ ହୋଇଯାଇଥିଲେ। ସେପ୍ଟେମ୍ବର ୭, ୨୦୧୯ । ଭାରତ ତଥା ସମଗ୍ର ବିଶ୍ୱ ଇସ୍ରୋରର ଚନ୍ଦ୍ରୟାନ-୨ ଅବତରଣ ଉପରେ ନଜର ରଖିଥିଲା । ଲ୍ୟାଣ୍ଡିଂ ଦେଖିବା ଏବଂ ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିବା ପାଇଁ ପିଏମ ମୋଦି ଇସ୍ରୋ ସେଣ୍ଟରରେ ପହଞ୍ଚିଥିଲେ। ସବୁକିଛି ଠିକ ଥିଲା । କିନ୍ତୁ ହଠାତ୍ ଚନ୍ଦ୍ରାୟଣ-୨ ଚନ୍ଦ୍ର ପୃଷ୍ଠରୁ ମାତ୍ର ଦୁଇ କିଲୋମିଟର ଦୂରରେ ଇସ୍ରୋ ସହିତ ସମ୍ପର୍କ ଛିନ୍ନ କରିଥିଲା ।

ଇସ୍ରୋ ଟିମର ପତ୍ୟେକ ସଦସ୍ୟଙ୍କ ମଧ୍ୟରେ ଦୁଃଖ ଖେଳିଯାଇଥିଲା । ସମସ୍ତେ ଭାବପ୍ରବଣ ହୋଇଯାଇଥିଲେ । ବିଫଳତାର ଦୁଃଖରେ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା । କେ ଶିବନ ପିଲାଙ୍କ ପରି କାନ୍ଦିବାକୁ ଲାଗିିଥିôଲେ । ପ୍ରଧାନମନ୍ତ୍ରୀ ମୋଦି ଶିବନଙ୍କୁ ଆଲିଙ୍ଗନ କରିଥିଲେ। ଏହା ପରେ ଶିବନ ବେଶୀ ଭାବପ୍ରବଣ ହୋଇଯାଇଥିଲେ । ହାର ନମାନି ଆଗକୁ ବଢିବା ପାଇର୍ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଉତ୍ସାହିତକରିଥିଲେ । ହାର ମାନିନଥିଲା ଇସ୍ରୋ ଟିମ । ବିଫଳତାରୁ ସଫଳତା ଆଡ଼କୁ ଯାତ୍ରା ଜାରି ରଖିଥିଲା । ଆରମ୍ଭ ହୋଇଥିଲା ସଫଳତାର ଯାତ୍ରା ଚନ୍ଦ୍ରାୟନ -୩ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’