Masthead

ଏତେ ଧନ ଆଉଛି କୁଆଡୁ..

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନେତା, ଅଫିସରଙ୍କ ସଂପତି ସାର୍ବଜନୀନ କରାଯାଇଛି । ଜଣେ ପରେ ଜଣେ ସଂପତିର ହିସାବ ପବ୍ଲିକ ଡୋମେନରେ ରଖୁଛନ୍ତି । କିଏ ଲକ୍ଷରେ ଦେଖାଉଛି ତ କିଏ କୋଟିରେ, ଆଉ କିଏ କୋଟି କୋଟିରେ । ବଡ ପ୍ରଶ୍ନ ହେଉଛି, ସଂପତିର ଏହି ସତ୍ୟପାଠ କେତେ ସତ୍ୟ? ମନ୍ତ୍ରୀ ନବ ଦାସଙ୍କ ଭଳି ନେତା ୨ ବର୍ଷରେ ୮୦ ଗାଡି କିଣିଛନ୍ତି । କିଏ ଜମି ବଢାଇଛି, କିଏ କୋଠାବାଡି । ଏ ସବୁ ଦେଖିଲେ ସେହି ପ୍ରଶ୍ନ ମନକୁ ଆସୁଛି, ଯେଉଁ ପ୍ରଶ୍ନ ବଡ ଖବର ପୂର୍ବରୁ ମଧ୍ୟ ପଚାରିଥିଲା । ଆମ ନେତା, ଅଫିସରଙ୍କ ପାଖେ ଏତେ ଟଙ୍କା କୁଆଡୁ ଆସୁଛି? ଏହାର ଏକ ମାତ୍ର ଉତ୍ତର, ଶପଥ ଜନସେବାର, କିନ୍ତୁ କାମ ଧନ ବୃଦ୍ଧିର । ଯଦି ସଂପତିର ବାସ୍ତବ ତାଲିକା ନ ଦିଆଯାଏ କିଛି ଲୁଚାଯାଉଥାଏ ତାହା କେମିତି ଜଣାପଡିବ? ମାନେ ହାତୀର ଦେଖେଇବା ଦାନ୍ତ ଓ ଖାଇବା ଦାନ୍ତ ମଧ୍ୟର ପ୍ରଭେଦ କେମିତି ଜଣାପଡିବ?ସରକାର ଚଳାଉଥିବା ଏହି ଧଳାହାତୀଙ୍କ ଦେହରେ ହାତ ମାରିବାର ସାହସ ବା କାହାର ରହିଛି?

ତେବେ ଏହି ସଂପତିର ନକଲ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି । ତେଣୁ ବଡ ଖବର ତାହାର ପୁରୁଣା ଦାବିକୁ ପୁଣି ଦୋହରାଉଛି । ଲୋକାୟୁକ୍ତ ଏହି ତାଲିକାର ଯାଂଚ କରି ଦୁର୍ନୀତିଖୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ନ ହେଲେ ସଂପତି ସାର୍ବଜନୀନ ହେଉଥିବ, ଦୁର୍ନୀତି ଯେମିତି ଚାଲିଥିଲା ସେମିତି ଚାଲୁଥିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ