Masthead

ଏତେ ଧନ ଆଉଛି କୁଆଡୁ..

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନେତା, ଅଫିସରଙ୍କ ସଂପତି ସାର୍ବଜନୀନ କରାଯାଇଛି । ଜଣେ ପରେ ଜଣେ ସଂପତିର ହିସାବ ପବ୍ଲିକ ଡୋମେନରେ ରଖୁଛନ୍ତି । କିଏ ଲକ୍ଷରେ ଦେଖାଉଛି ତ କିଏ କୋଟିରେ, ଆଉ କିଏ କୋଟି କୋଟିରେ । ବଡ ପ୍ରଶ୍ନ ହେଉଛି, ସଂପତିର ଏହି ସତ୍ୟପାଠ କେତେ ସତ୍ୟ? ମନ୍ତ୍ରୀ ନବ ଦାସଙ୍କ ଭଳି ନେତା ୨ ବର୍ଷରେ ୮୦ ଗାଡି କିଣିଛନ୍ତି । କିଏ ଜମି ବଢାଇଛି, କିଏ କୋଠାବାଡି । ଏ ସବୁ ଦେଖିଲେ ସେହି ପ୍ରଶ୍ନ ମନକୁ ଆସୁଛି, ଯେଉଁ ପ୍ରଶ୍ନ ବଡ ଖବର ପୂର୍ବରୁ ମଧ୍ୟ ପଚାରିଥିଲା । ଆମ ନେତା, ଅଫିସରଙ୍କ ପାଖେ ଏତେ ଟଙ୍କା କୁଆଡୁ ଆସୁଛି? ଏହାର ଏକ ମାତ୍ର ଉତ୍ତର, ଶପଥ ଜନସେବାର, କିନ୍ତୁ କାମ ଧନ ବୃଦ୍ଧିର । ଯଦି ସଂପତିର ବାସ୍ତବ ତାଲିକା ନ ଦିଆଯାଏ କିଛି ଲୁଚାଯାଉଥାଏ ତାହା କେମିତି ଜଣାପଡିବ? ମାନେ ହାତୀର ଦେଖେଇବା ଦାନ୍ତ ଓ ଖାଇବା ଦାନ୍ତ ମଧ୍ୟର ପ୍ରଭେଦ କେମିତି ଜଣାପଡିବ?ସରକାର ଚଳାଉଥିବା ଏହି ଧଳାହାତୀଙ୍କ ଦେହରେ ହାତ ମାରିବାର ସାହସ ବା କାହାର ରହିଛି?

ତେବେ ଏହି ସଂପତିର ନକଲ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି । ତେଣୁ ବଡ ଖବର ତାହାର ପୁରୁଣା ଦାବିକୁ ପୁଣି ଦୋହରାଉଛି । ଲୋକାୟୁକ୍ତ ଏହି ତାଲିକାର ଯାଂଚ କରି ଦୁର୍ନୀତିଖୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ନ ହେଲେ ସଂପତି ସାର୍ବଜନୀନ ହେଉଥିବ, ଦୁର୍ନୀତି ଯେମିତି ଚାଲିଥିଲା ସେମିତି ଚାଲୁଥିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼