Masthead

ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଲୋକତନ୍ତ୍ର ବିକାଶ ଉତ୍ସବ ଚାଲିଛି । ବିଜେପିର ସରକାରଙ୍କୁ ଦୁଇବର୍ଷ ପୂରିଛି । ମୋ ପାଇଁ ଆଜି ବହୁତ ଖାସ୍ ଦିନ । ଆପଣ ମାନଙ୍କ ଭଲ ପାଇବା ମୋତେ ବାରମ୍ବାର ଟାଣି ଆଣୁଛି ଓଡ଼ିଶାକୁ । ପଦ୍ମ ସମ୍ମାନ ମିଳୁଛି ଓଡ଼ିଶାର ବିଦ୍ୱାନ ମାନଙ୍କୁ । ରାଷ୍ଟ୍ରପତି ଆଜି ଆମ ନିକଟରେ ଉପସ୍ଥିତ ଅଛନ୍ତି ଯାହା ଆହୁରି ଗାରିମା ବଢାଉଛି । ଓଡ଼ିଶାର ଝିଅ ଦେଶର ଉଚ୍ଚ ସ୍ଥାନରେ ବସି ମାର୍ଗଦର୍ଶନ ଆମର କରୁଛନ୍ତି । ଆଜି ତାଙ୍କର ଜନ୍ମ ଦିନ ଯାହା ସମସ୍ତଙ୍କୁ ଖୁସି ଦେଉଛି । ମୟୁରଭଞ୍ଜ ନୁହେଁ ପୂରା ଓଡ଼ିଶାକୁ ଆଜି ସମ୍ମାନ ମିଳୁଛି । ଲମ୍ବା ସମୟ ଧରି ମୋର ଗସ୍ତକୁ ନେଇ ଆଲୋଚନା ହେଉଥିଲା କିନ୍ତୁ ତାହା ଫାଇନାଲ ହୋଇପାରୁ ନଥିଲା । କିନ୍ତୁ ମୁଁ କହିଲି କି ଯଦି ପଶ୍ଚିମବଙ୍ଗ ଯୋଗ ଦିବସ ପାଇଁ ଯିବି ତେବେ ମୟୂରଭଞ୍ଜ ହୋଇକି ଯିବି । ଆଉ ସବୁଠାରୁ ବଡ଼ କଥା ଆଜି ରାଷ୍ଟ୍ରପତିଙ୍କ ଜନ୍ମ ଦିନ ଥିଲା ଆଉ ଏହି ଅବସରରେ ମୁଁ ତାଙ୍କ ଗାଁକୁ ଯାଇ ଜନ୍ମ ଦିନ ପାଳିଲି । ଏହି ଅବସରରେ ଦେଖିଲି କି ତାଙ୍କ ଗାଁର କୁନିକୁନି ପିଲା ରାଷ୍ଟ୍ରପତିଙ୍କୁ ତାଙ୍କ ମା’ ଭଳି ଦେଖୁଛନ୍ତି । ଆଜି ତାଙ୍କ ମାକୁ ପାଇଲେ । ପାହାଡପୁରକୁ ସୂର୍ଯ୍ୟ ଘର ଗାଁ ଭାବରେ ପରିଚୟ ପାଇବ । ସମସ୍ତ ଘରକୁ ବିଦ୍ୟୁତ ପହଞ୍ଚିବ । ସୂର୍ଯ୍ୟ ଘରର ପରିଚୟ ଦେଶରେ ପାହାଡପୁର ପାଇବ ।

ମୁକ୍ତ ଶୋଲାର ବିଜୁଳି ମିଳିବ । ଅଧିକ ବିଜୁଳି ହେଲେ ପଇସା ପାଇବେ । ମୋହନଙ୍କ ସରକାରରେ ବିକାସ ତେଜ ଗତିରେ ବୃଦ୍ଧି ପାଉଛି । ରୋଜଗାର ପାଈଁ ତେଜିରେ କାର୍ଯ୍ୟ କରୁଛନ୍ତି ସରକାର । ପୂର୍ବ ଭାରତର ବିକାଶ ହେଲେ ଭାରତର ବିକାଶ ହେବ ତାହାକୁ ଆମେ ଫୋକସ୍ କରୁଛୁ । ଯାହାକୁ ପୂର୍ବ କେନ୍ଦ୍ର ସରକାର କେବେ ବିକାଶ କରାଉନଥିଲା । ପୂର୍ବ ଭାରତର ବିକାଶର ସାଥ ଦେଉଛି ଓଡ଼ିଶା । ରେଳରେ ନିବାଶ, ଆର୍ଥିକ କରିଡର, ଉର୍ଜା, ଗ୍ରୀନ ଏନର୍ଜି, ରାସ୍ତା ଓ ସେମିକଣ୍ଡକ୍ଟର ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତା ଓ ବିଜୁଳିର ଦ୍ରୁତଗତିରେ ବିକାଶ ହେବ । ଓଡ଼ିଶାକୁ ନୂଆ ଶିଳ୍ପପତିଙ୍କ ଆଗମନ ହେଉଛି ।୨୦ଲକ୍ଷ ନିବେଶ ପାଇଁ ପ୍ରସ୍ତାବ ମିଳିଛି । ମେକିନ ଓଡ଼ିଶା କାର୍ୟ୍ୟକ୍ରମ ଦ୍ୱାରା । ସମଗ୍ର ବିକାଶ ଓଡ଼ିଶାରେ ହୋଇଛି । ଡ଼ବଲ ଇଞ୍ଜିନ ସରକାରର ବିଶ୍ୱସ୍ତ ହେଉଛି ଲୋକଙ୍କ ପାଖରେ ପହଞ୍ଚୁଛି । ଆମ ସରକାରର ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିବା । କୌଣସି ସମସ୍ୟା କେମିତି ନ ଭୋଗିବେ । ୩୧ଶହ ଧାନ କିଣା, ମହିଳାଙ୍କୁ ସୁଭଦ୍ରା, ଆୟୁଷ୍ମାନ କାର୍ଡ, ଶ୍ରୀମନ୍ଦିରରେ ଭକ୍ତ ପାଇଁ ଚାରିଦ୍ୱାର ଖୋଲିଛି । ଚାରିଦିଗରେ ବିକାଶ ହୋଇଛି ଡ଼ବଲ ଇଞ୍ଜିନ ଦ୍ୱାରା ।

ସରକାର କାର୍ଯ୍ୟ ଧାରାକୁ ପ୍ରଶଂସା କରୁଛି । ବହୁତ ବଢିଆ କାର୍ଯ୍ୟ କରୁଛନ୍ତି ଆମ ସରକାର । ସ୍ୱଚ୍ଛତା ଅଭିଯାନ ଏକ ଶୀର୍ଷରେ ପହଞ୍ଚିଛି । ରାଷ୍ଟ୍ରପତି ମୋହଦୋୟ ଏଭଳି ସମସ୍ୟା ଦେଇଗତି କରୁଥିଲେ । ଆମ ସରକାର ଜନଜାତି ବିକାଶ କରିବାରେ ଲାଗିଛି । ଧରତି ଆବା ଯୋଜନା କରି ଜନଜାତିଙ୍କ ସମଗ୍ର ବିକାଶ କରାଯାଇଛି । ଆଦୀବାସୀଙ୍କୁ ଶିକ୍ଷାରେ ଯୋଡିବା ଆରମ୍ଭ କରିଛୁ । ଏକଲବ୍ୟ ସ୍କୁଲ କରି ପଢାଚାଲିଛି । ମୟୂରଭଞ୍ଜରେ ଆଉ ଏକ ନବୋଦୋୟ ବିଦ୍ୟାଳୟ ହେବ ତାହାକୁ ଅନୁମୋଦନ ଦିଆଯାଇଛି । ଜଳ ଜୀବନ ଦ୍ୱାରା ସୁଦ୍ଧ ପାଣି ଘରେ ଘରରେ ପହଞ୍ଚିପାରିଛି । ଦୁଇ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି । ଓଡ଼ିଶା ଓ ଦେଶ ଗୋଟିଏ ଲକ୍ଷ ନେଇ ଆଗକୁ ଯିବା । ଓଡ଼ିଶା ଉପରେ ମୋର ବିଶ୍ୱାସ ଅଛି ସେ କରିପାରିବେ । ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ କରିବା ଆମ ଦୁଇ ସରକାରଙ୍କ ଲକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ 🔴 ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା 🔴 ରାଉରକେଲାରେ ଡବଲ୍‌ ଏନ୍‌କାଉଣ୍ଟର 🔴 ଘଡ଼ଘଡ଼ି ସହ ହାଲୁକାରୁ  ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ 🔴 ରାୟଗଡ଼ାରେ ମାନବିକତାର ହତ୍ୟା: ଗୁଗୁଲ୍ ମ୍ୟାପ୍‌ ଚକ୍କରରେ ଆସି ପିଲାଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ଗଣ ନିର୍ଯାତନା, ୧୬ ଗିରଫ 🔴 ସେହେଜାଦାରୁ ଜନନାୟକ 🔴 ବଢିଲା ଯୁକ୍ତ ୩ ଆସନ ସଂଖ୍ୟା 🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ 🔴 ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା 🔴 ରାଉରକେଲାରେ ଡବଲ୍‌ ଏନ୍‌କାଉଣ୍ଟର 🔴 ଘଡ଼ଘଡ଼ି ସହ ହାଲୁକାରୁ  ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ 🔴 ରାୟଗଡ଼ାରେ ମାନବିକତାର ହତ୍ୟା: ଗୁଗୁଲ୍ ମ୍ୟାପ୍‌ ଚକ୍କରରେ ଆସି ପିଲାଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ଗଣ ନିର୍ଯାତନା, ୧୬ ଗିରଫ 🔴 ସେହେଜାଦାରୁ ଜନନାୟକ 🔴 ବଢିଲା ଯୁକ୍ତ ୩ ଆସନ ସଂଖ୍ୟା