Masthead

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଡକାୟତି ଘଟଣା, ଗିରଫ ହେଲେ ୫ ଅଭିଯୁକ୍ତ

ଦଶରଥପୁର (ବଡ଼ ଖବର ବ୍ୟୁରୋ): ପିଏନବି ଡକାୟତ ଘଟଣାରେ ୫ ଗିରଫ । ଯାଜପୁର ମଙ୍ଗଳପୁର ଥାନା ବୋଉଳାଙ୍ଗ ଛକ ନିକଟରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କରେ ଡକାୟତି ଘଟଣା ଗିରଫ ହେଲେ ୫ ଅଭିଯୁକ୍ତ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି ବାଇକ, କମ୍ପ୍ୟୁଟର, ପ୍ରିଣ୍ଟର, ସିସି କ୍ୟାମେରା ଜବତ କରିଛି । ସୂଚନା ମୁତାବକ ୨୫ ତାରିଖ ଦିନ ଡକାୟତମାନେ ବ୍ୟାଙ୍କର ତାଲା ଭାଙ୍ଗି ଷ୍ଟ୍ରଙ୍ଗ ରୁମ ଭିତରକୁ ପଶିଥିଲେ, କିନ୍ତୁ ବ୍ୟାଙ୍କର ଟ୍ରେଜେରୀ ଲକର ଭାଙ୍ଗିବାରେ ଅସମର୍ଥ ହୋଇଥିଲେ । ଯାହାକୁ ନେଇ ବ୍ୟାଙ୍କ ପକ୍ଷରୁ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା ।

ଏହି ଅଭିଯୋଗକୁ ଭିତ୍ତି କରି ଜିଲ୍ଲା ଏସପିଙ୍କ ନିଦେ୍ର୍ଦଶକ୍ରମେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା । ଚଢ଼ାଉ କରି ପୋଲିସ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇପାରିଛି । ସେମାନଙ୍କ ମଧ୍ୟରୁ ୩ ଅଭିଯୁକ୍ତ ମାହାଙ୍ଗା ଥାନା ଅଞ୍ଚଳର ହୋଇଥିବାବେଳେ ଆଉ ୨ଜଣ ପାଣିକୋଇଲି ଥାନା ଅଞ୍ଚଳର ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଥିବା ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼