Masthead

ଆସାମ ବାଲ୍ୟ ବିବାହ ମାମଲା, ୨ ଦିନରେ ୨ହଜାର ଗିରଫ

ଗୌହାଟୀ (ବଡ଼ ଖବର ବ୍ୟୁରୋ) : ଆସାମରେ ଚାଲିଥିବା ବାଲ୍ୟ ବିବାହ ରୋକିବା ପାଇଁ ସରକାର କଡ଼ା କାର୍ଯ୍ୟାନୂଷ୍ଠାନ ନେଇଛନ୍ତି । ଦୁଇ ଦିନ ମଧ୍ୟରେ ସରକାର ୨୦୦୦ ରୁ ଅଧିକଙ୍କୁ ଗିରଫ କଲେଣ । କିନ୍ତୁ ଏବେ ସାମା୍ନକୁ ଆସିଛି ଚିନ୍ତାଜନକ ଘଟଣା । ଗିରଫ ‌ହୋଇଥିବା ବ୍ୟକ୍ତିଙ୍କ ପତ୍ନୀ ଏବଂ ମା’ମାନେ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମହିଳାମାନେ ସେମାନଙ୍କ ସ୍ବାମୀ ଏବଂ ପୁଅକୁ ଗିରଫ କରିବାକୁ ବିରୋଧ କରି ଆନ୍ଦୋଳନ ଆରମ୍ଭ କରିଛନ୍ତି।

ଧୁବ୍ରିରେ ଆଜି ଅଶାନ୍ତ ସ୍ଥିତି ଦେଖିବାକୁ ମିଳିଛି। ତମରା ଥାନା ଆଗରେ ଆଜି ୧ ହଜାରରୁ ଅଧିକ ମହିଳା ରୁଣ୍ଡ ହୋଇ ସେମାନଙ୍କ ପରିବାର ସଦସ୍ୟଙ୍କୁ ମୁକ୍ତ କରିବାପାଇଁ ଦାବି କରିଥିଲେ। ତେବେ ପୁଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲାଠି ଚାର୍ଜ କରିଥିଲା।ସେପଟେ ପରିବାରର ରୋଜଗାରିଆ ପୁଅ ଗିରଫ ହେଲେ ପରିବାର କିଭଳି ଚଳିବ ବୋଲି ମହିଳାମାନେ କହିଛନ୍ତି ।

ଆସାମରେ ୨ ଦିନ ମଧ୍ୟରେ ୨୦୦୦ରୁ ଅଧିକ ଲୋକ ଗିରଫ ହେଲେଣି। ୪,୦୦୪ ମାମଲା ରୁଜୁ ହୋଇଛି। ପୁଲିସଙ୍କ କହିବା ଅନୁଯାୟୀ ସେମାନଙ୍କ ନିକଟରେ ୮ ହଜାର ଅଭିଯୁକ୍ତଙ୍କର ଏକ ତାଲିକା ରହିଛି। ଆଗକୁ ଏହି କାର୍ଯ୍ୟାନୁଷ୍ଠାନ ଜାରି ରହିବ। ପୁଲିସ ମଧ୍ୟ ଉକ୍ତ ବିବାହ କରାଇଥିବା ୫୧ ପୁରୋହିତ ଏବଂ କାଜିଙ୍କୁ ଗିରଫ କରିଛି। ଏଆଇଏମ୍‌ଆଇଏମ୍‌ ନେତା ଅସଉଦ୍ଦିନ ଅୱେସି ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧ କରିଛନ୍ତି। ପୁରୁଷମାନଙ୍କୁ ଗିରଫ କରାଯାଉଥିବାରୁ ସେମାନଙ୍କ ପତ୍ନୀମାନେ ଅସହାୟ ହୋଇପଡ଼ିଛନ୍ତି। ସେମାନଙ୍କ କଥା ବୁଝିବ କିଏ ବୋଲି ଅୱେସି ପ୍ରଶ୍ନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା