Masthead

ବିପୁଳ ବିସ୍ଫୋରକ ଜବତ

କୋରାପୁଟ, (ବଡ଼ ଖବର ବ୍ୟୁରୋ): ଫେଲ୍ ମାରିଲା ମାଓବାଦୀଙ୍କ ଯୋଜନା । କୋରାପୁଟ ପୋଲିସର ବଡ଼ ସଫଳତା । କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତରୁ ବିପୁଳ ବିସ୍ଫୋରକ ଉଦ୍ଧାର କରିଛନ୍ତି ପୋଲିସ ଓ ବିଏସଏଫ । ବିସ୍ଫୋରକ ସହ ମାଓପୁସ୍ତିକା, ଫ୍ଲାସ ଲାଇଟ୍ ଓ ମାଓ କ୍ୟାଡରଙ୍କ ଫଟୋ ମଧ୍ୟ ଜବତ କରାଯାଇଛି । ମାଛକୁଣ୍ଡ ଥାନା ଅନ୍ତର୍ଗତ ସୀମାନ୍ତ ଜଙ୍ଗଲରେ ୧୫ରୁ ୨୦ ଜଣ ମାଓବାଦୀ ଏକାଠି ହୋଇ ରହୁଥିଲେ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା । ଡିଏଫଭି ଓ ବିଏସଏଫ ତରଫରୁ ମିଳିତ ଅପରେସନରେ ସଫଳ ହୋଇଛି । ପୋଲିସ ଓ ଯବାନଙ୍କ ଅପରେସନରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଛନ୍ତି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଲାଗି ଏହା ରଖାଯାଇଥିଲା ବୋଲି ସନ୍ଦେହ କରାଯାଉଛି । ଆଜି ପ୍ରେସମିଟ ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କୋରାପୁଟ ଏସପି ମୁକେଶ କୁମାର ଭାମୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା