Masthead

ଏନସିବି ଅଧିକାରୀ ସମୀର ୱାଙ୍ଖେଡେଙ୍କ ପଛରେ ପୋଲିସ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଜୋନେଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ ମହାରାଷ୍ଟ୍ର ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସମୀର ମୁମ୍ବାଇ କୃଜ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ ଷ୍ଟାର ଶହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଘଟଣାର ତଦନ୍ତ କରୁଛନ୍ତି । ଏପରି ସ୍ଥିତିରେ ପୋଲିସର ଦୁଇ ଜଣ କର୍ମଚାରୀ ତାଙ୍କ ଉପରେ ନଜର ରଖୁଥିବା ସେ ଡିଜିପିଙ୍କୁ ଜଣାଇଛନ୍ତି ।

ମିଳିଥିବା ତଥ୍ୟ ଅନୁଯାୟୀ ବିଗତ ୬ ବର୍ଷ ହେଲାଣି ସମୀର ତାଙ୍କ ମା’ଙ୍କ ଅନ୍ତିମ ସଂସ୍କାର ହୋଇଥିବା ଶ୍ମଶାନକୁ ନିୟମିତ ଯାଆନ୍ତି । ସେଠାରେ ଥିବା ତାଙ୍କ ମା’ଙ୍କ ସମାଧିକୁ ଦେଖିବା ପରେ ସେ ତାଙ୍କ କାର୍ଯ୍ୟ ଆରମ୍ଭ କରନ୍ତି । କିନ୍ତୁ ଏବେ ପୋଲିସର ୨ କର୍ମଚାରୀ ତାଙ୍କ ପିଛା କରୁଥିବା ସେ ସିସିଟିଭି ଫୁଟେଜରୁ ଦେଖିଛନ୍ତି । ତେବେ ସେମାନେ ସମୀରଙ୍କ ଗତିବିଧି ଉପରେ ନଜର ରଖୁଥିବା ସେ କହିଛନ୍ତି ।

ସମୀର ପୂର୍ବରୁ ଅନେକ ପ୍ରକାରର ଡ୍ରଗ୍ସ କାରାବାର ମାମଲାର ତଦନ୍ତ କରିଛନ୍ତି । କିନ୍ତୁ କେବେ ହେଲେ ଏପରି ସର୍ଭେଲାନ୍ସର ଶିକାର ହୋଇନଥିଲେ । ହେଲେ ଯେବେଠରୁ ମୁମ୍ବାଇ ଡ୍ରଗ୍ସ କେସ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ସେବେଠାରୁ ତାଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ଏ ସମ୍ପର୍କରେ ସେ ଗଣମାଧ୍ୟମ ଆଗରେ ନିଜର କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।

ସୂଚନା ଅନୁଯାୟୀ, ମୁମ୍ବାଇ କୃଜରେ ଏନସିବି କରିଥିବା ରେଡକୁ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ଫେକ ବୋଲି କହିଥିଲେ । ସେ କହିଛନ୍ତି ଯେ, ଏନସିବି ଜାଣିଶୁଣି ଆର୍ଯ୍ୟନ ଖାନ ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ଫସାଇବାକୁ ଉଦ୍ୟମ କରୁଛି । ଏହାର ଜବାବରେ ଏନସିବି କହିଥିଲା ଯେ, ଏପରି ତଦନ୍ତ ସବୁକିଛି ଆଇନ ପରିସର ଭିତରେ ରହି କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ