Masthead

ପାଟନାରେ ପୋଲିସ ବର୍ବରକାଣ୍ଡ

ପାଟନା (ବଡ଼ ଖବର ବ୍ୟୁରୋ):  ବିହାର ପାଟନାରେ ପୋଲିସ ବର୍ବରକାଣ୍ଡ । ଲାଠିଚାର୍ଜରେ ବିଜେପି ନେତା ବିଜୟ କୁମାର ସିଂହ ମୃତୁ୍ୟ ହୋଇଥିବା ଅଭିଯୋଗ । ୧୦ ଲକ୍ଷ ଚାକିରି, ଶିକ୍ଷକ ନିଯୁକ୍ତି ପାଇଁ ଭାଜପା ନେତା କର୍ମୀ କରୁଥିଲେ ଆନେ୍ଦାଳନ । ବିଜେପି ନେତାଙ୍କ କହିବା ଅନୁଯାୟୀ, ପାଟନା ଡାକବଙ୍ଗଳା ଛକ ନିକଟରେ ପ୍ରତିବାଦ କରୁଥିବା ବେଳେ ପୋଲିସ ଲାଠିଚାର୍ଜ କରିଥିଲା । ଫଳରେ ଜହାନାବାଦ ନଗରର ବିଜେପି ନେତା ବିଜୟ କୁମାର ସିଂଙ୍କର ମୃତ୍ୟୁ ହୋଇଛି ।

ପ୍ରଥମେ ପୋଲିସ ଲାଠିପାହାରରେ ବିଜୟ ଆହତ ହୋଇଥିଲେ । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା । ବିଜେପି ନେତାଙ୍କ ମୃତ୍ୟୁ ପରେ ବିହାର ରାଜନୀତି ଉଗ୍ର ରୂପ ଧାରଣ କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଘଟଣାରେ ନୀତିଶ ସରକାରଙ୍କୁ ଘେରିଛନ୍ତି ।

ନଡ୍ଡା ଟ୍ୱିଟ୍ କରି କହିଛନ୍ତି, ବିଜେପି କାର୍ୟ୍ୟକର୍ତ୍ତାଙ୍କ ଉପରେ ପାଟନାରେ ହୋଇଥିବା ଲାଠି ଚାର୍ଜ ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି । ମହାଗଠବନ୍ଧନ ସରକାର ଦୁର୍ନୀତିର ଦୁର୍ଗକୁ ବଞ୍ଚାଇବାକୁ ଲୋକତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ