କିଏ ହାତେଇବ ସିଂହାସନ, କାହାକୁ ବାଛିଛନ୍ତି ଜନତା ଜନାର୍ଦ୍ଦନ ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଉ କିଛି ଘଂଟାର ଅପେକ୍ଷା । ନେତାଙ୍କ ଛାତି ଧଡ଼ ଧଡ଼ । କିଏ ହାତେଇବ ୫ ରାଜ୍ୟର ସିଂହାସନ । କାହାକୁ ବାଛିଛନ୍ତି ଜନତା ଜନାର୍ଦ୍ଦନ । ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଆଜି ବାହାରୁଛି ୪ ରାଜ୍ୟର ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଏହି ସବୁ ରାଜ୍ୟରେ ଏବେ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି । ୨୩୦ ବିଧାନସଭା ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ଏଥର କଡା ଟକ୍କର ହୋଇପାରେ । ୨୦୧୮ରୁ ବିରୋଧୀ ଆସନରେ ବସିଥିବା କଂଗ୍ରେସ ବାଜି ମାରିପାରେ ବୋଲି ଏକଜିଟ ପୋଲରୁ କହି ସାରିଛି । ବିଜେପି କ୍ୟାମ୍ପରେ ଭୋଟକୁ ନେଇ ଅଙ୍କ କଷା ଚାଲିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଆଣ୍ଡ କୋ ଗାଦି ହାତେଇବା ନେଇ ଅଣ୍ଟା ଭିଡ଼ିଲେଣି। ସେପଟେ ୫ ବର୍ଷରେ ଥରେ କ୍ଷମତା ପରିବର୍ତ୍ତନ ହେଉଥିବା ରାଜସ୍ଥାନରେ ହଲଚଲ ।

ବିଜେପି ନା କଂଗ୍ରେସ କିଏ ସରକାର ଗଢ଼ିବ ତାକୁ ନେଇ ଏକଜିଟ ପୋଲରେ ସମ୍ପୂର୍ଣ୍ଣ ଚିତ୍ର ଆସିନାହିଁ । ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଲାଗିରହିଥିବା ତିକ୍ତତା କଂଗ୍ରେସକୁ କେତେ ଫାଇଦା ଦେବା ତା ସମୟ କହିବ । ଛତିଶଗଡରେ ପୁଣି ଥରେ ସରକାର ଗଢିବା ପାଇଁ ଯାଉଛି କଂଗ୍ରେସ । ବିଭିନ୍ନ ଏକଜିଟ ପୋଲ ଏଥି ନେଇ ଆକଳନ କରି ସାରିଛନ୍ତି । ଭୋଟ ପ୍ରଚାର ଓ ଏକଜିଟ ପୋଲରୁ ଜଣାପଡୁଛି ଯେ ବିଜେପି ଛତିଶଗଡରେ ସରେଣ୍ଡର କରିସାରିଛି । ଦୀର୍ଘ ୨ ଟର୍ମ କ୍ଷମତାରେ ଥିବା କେସିଆରଙ୍କ ବିଆରଏସକୁ ଏଥର କୁଆଡେ ପ୍ରତ୍ୟାଖ୍ୟାନ କରୁଛନ୍ତି ଜନତା । ଭୋଟର ଅଳ୍ପ ଦିନ ଆଗରୁ ଭୋଟରଙ୍କ ମୁଡ଼ ପରଖି ନିଜ ଆଡକୁ କଂଗ୍ରେସ ଆଣିଥିବା ଚର୍ଚ୍ଚା ହେଉଛି । କଂଗ୍ରେସ ଏବଂ ବିଆରଏସ ମଧ୍ୟରେ ହେବାକୁ ଯାଉଛି ମହା ଲଢେଇ । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଏହି ୪ ରାଜ୍ୟର ଫଳାଫଳ ଆଜି ବାହାରିବ। ଜନତା କାହାକୁ ବାଛିଛନ୍ତି ତାଙ୍କ ନେତା ରେଜଲ୍ଟ ରୁ ଜଣାପଡିବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ