Masthead

କିଏ ହାତେଇବ ସିଂହାସନ, କାହାକୁ ବାଛିଛନ୍ତି ଜନତା ଜନାର୍ଦ୍ଦନ ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଉ କିଛି ଘଂଟାର ଅପେକ୍ଷା । ନେତାଙ୍କ ଛାତି ଧଡ଼ ଧଡ଼ । କିଏ ହାତେଇବ ୫ ରାଜ୍ୟର ସିଂହାସନ । କାହାକୁ ବାଛିଛନ୍ତି ଜନତା ଜନାର୍ଦ୍ଦନ । ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଆଜି ବାହାରୁଛି ୪ ରାଜ୍ୟର ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଏହି ସବୁ ରାଜ୍ୟରେ ଏବେ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି । ୨୩୦ ବିଧାନସଭା ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ଏଥର କଡା ଟକ୍କର ହୋଇପାରେ । ୨୦୧୮ରୁ ବିରୋଧୀ ଆସନରେ ବସିଥିବା କଂଗ୍ରେସ ବାଜି ମାରିପାରେ ବୋଲି ଏକଜିଟ ପୋଲରୁ କହି ସାରିଛି । ବିଜେପି କ୍ୟାମ୍ପରେ ଭୋଟକୁ ନେଇ ଅଙ୍କ କଷା ଚାଲିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଆଣ୍ଡ କୋ ଗାଦି ହାତେଇବା ନେଇ ଅଣ୍ଟା ଭିଡ଼ିଲେଣି। ସେପଟେ ୫ ବର୍ଷରେ ଥରେ କ୍ଷମତା ପରିବର୍ତ୍ତନ ହେଉଥିବା ରାଜସ୍ଥାନରେ ହଲଚଲ ।

ବିଜେପି ନା କଂଗ୍ରେସ କିଏ ସରକାର ଗଢ଼ିବ ତାକୁ ନେଇ ଏକଜିଟ ପୋଲରେ ସମ୍ପୂର୍ଣ୍ଣ ଚିତ୍ର ଆସିନାହିଁ । ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଲାଗିରହିଥିବା ତିକ୍ତତା କଂଗ୍ରେସକୁ କେତେ ଫାଇଦା ଦେବା ତା ସମୟ କହିବ । ଛତିଶଗଡରେ ପୁଣି ଥରେ ସରକାର ଗଢିବା ପାଇଁ ଯାଉଛି କଂଗ୍ରେସ । ବିଭିନ୍ନ ଏକଜିଟ ପୋଲ ଏଥି ନେଇ ଆକଳନ କରି ସାରିଛନ୍ତି । ଭୋଟ ପ୍ରଚାର ଓ ଏକଜିଟ ପୋଲରୁ ଜଣାପଡୁଛି ଯେ ବିଜେପି ଛତିଶଗଡରେ ସରେଣ୍ଡର କରିସାରିଛି । ଦୀର୍ଘ ୨ ଟର୍ମ କ୍ଷମତାରେ ଥିବା କେସିଆରଙ୍କ ବିଆରଏସକୁ ଏଥର କୁଆଡେ ପ୍ରତ୍ୟାଖ୍ୟାନ କରୁଛନ୍ତି ଜନତା । ଭୋଟର ଅଳ୍ପ ଦିନ ଆଗରୁ ଭୋଟରଙ୍କ ମୁଡ଼ ପରଖି ନିଜ ଆଡକୁ କଂଗ୍ରେସ ଆଣିଥିବା ଚର୍ଚ୍ଚା ହେଉଛି । କଂଗ୍ରେସ ଏବଂ ବିଆରଏସ ମଧ୍ୟରେ ହେବାକୁ ଯାଉଛି ମହା ଲଢେଇ । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଏହି ୪ ରାଜ୍ୟର ଫଳାଫଳ ଆଜି ବାହାରିବ। ଜନତା କାହାକୁ ବାଛିଛନ୍ତି ତାଙ୍କ ନେତା ରେଜଲ୍ଟ ରୁ ଜଣାପଡିବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା