Masthead

ମାସେ ପରେ ଧରା ପଡିଲେ ଲୁଟେରା

ବଲାଙ୍ଗିର, (ବଡ଼ ଖବର ବ୍ୟୁରୋ) : ଶେଷରେ ଧରା ପଡିଲେ ଲୁଟେରା। ଘଟଣାର ଗୋଟିଏ ମାସ ପରେ ଲୁଟେରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ଗିରଫ ଲୁଟେରାମାନେ ହେଲେ ବିଜାଖମନର ଜ୍ୟେଷ୍ଠ ନାଗ, ମେଘୁ ଓରଫ୍ ସାରଥୀ ଜାଲ ଓ ରିଙ୍କୁ, ଦୀପ । ସେମାନଙ୍କ ନିକଟରୁ ଲୁଟ୍ କରିଥିବା ୧୫୦୦ ଟଙ୍କା ଓ ୩ ଟି ମୋବାଇଲ ଜବତ କରିଛି ସଦର ଥାନା ପୋଲିସ ।
ସୂଚନା ଅନୁସାରେ, ଗତ ମାସ ୨୦ରେ ଦୁଇ ବରିଷ୍ଠ ନାଗରିକ ପ୍ରତାପ ଚନ୍ଦ୍ର ଆଚାର୍ୟ୍ୟ ଓ ଯୁଗଳ କିଶୋର ଝା କମାକ୍ଷୀନଗରରୁ ସହରକୁ ଫେରୁଥିଲେ। ଫେରିବା ସମୟରେ ରାସ୍ତାରେ ୩ ଜଣ ଲୁଟେରା ତାଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କ ଠାରୁ ୧୫୦୦ ଟଙ୍କା ଓ ୩ଟି ମୋବାଇଲ ଲୁଟି ନେଇଥିଲେ। ଏନେଇ ଅଭିଯୋଗ ପରେ ସଦର ପୋଲିସ କେସ ନମ୍ବର ୨୯୬ ଧାରା ୩୯୪ରେ ଏକ ମାମଲା ରୁଜୁ କରିଥିଲେ ।
ଲୁଟେରାଙ୍କୁ ଧରିବା ପାଇଁ ବଲାଙ୍ଗିର ଏସ୍ପିଙ୍କ ନିର୍ଦ୍ଦେଶରେ ସଦର ଥାନା ପକ୍ଷରୁ ଏକ ଟିମ୍ ଗଠନ କରାଯାଇଥିଲା। ସଦର ଥାନା ଅଧିକାରୀ ତୋଫାନ ବାଗଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍ ୩ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଏଥିସହ ଲୁଟ୍ ୧୫୦୦ ଟଙ୍କା ସହ ୩ଟି ମୋବାଇଲ ଜବତ କରିଥିବାବେଳେ ଗିରଫ ୩ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏମାନଙ୍କ ନାମରେ ଟ୍ରକ୍ ଚୋରି କେସ ମଧ୍ୟ ରହିଥିବା ସଦର ଥାନା ଅଧିକାରୀ ତୋଫାନ ବାଗ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା