Masthead

ଦିଗହରା ଆବାସ ଯୋଜନା

ନୂଆଗାଁ, (ବଡ଼ ଖବର ବ୍ୟୁରୋ): କଚ୍ଚା ଘରକୁ ପକ୍କା କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ସରକାର ଏକାଧିକ ଯୋଜନା କରିଛନ୍ତି। ବ୍ଲକ ଓ ପଞ୍ଚାୟତ ସ୍ତରରେ ଉପଯୁକ୍ତ ହିତାଧିକାରୀଙ୍କୁ ଚୟନ କରାଯାଇ ଆବାସ ଯୋଗାଇ ଦିଆଯାଉଛି। କିନ୍ତୁ କିଛି ଅସାଧୁ ଅଧିକାରୀ ଓ ସରକାରୀ କର୍ମଚାରୀଙ୍କ ଅପାରଗତା ଯୋଗୁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଆମେ କହୁଛୁ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଜାକେଡ଼ା ପଞ୍ଚାୟତ କରଚୁଲି ଗ୍ରାମର ସ୍ୱାମୀ ପରିତ୍ୟକ୍ତା ତଥା ୫ ସନ୍ତାନଙ୍କୁ ନେଇ ଜରିପାଲ ତଳେ ଜୀବନ ବିତାଉଥିବା ଆଦିବାସୀ ମହିଳା କବିତା ପ୍ରଧାନଙ୍କ କଥା। ବିବାହର କିଛିବର୍ଷ ପରେ କବିତାଙ୍କୁ ଛାଡ଼ି ତାଙ୍କ ସ୍ୱାମୀ ଅନ୍ୟତ୍ର ବିବାହ କରି ପଳାଇ ଯାଇଥିଲେ। ଫଳରେ ଅନ୍ୟ ଉପାୟ ନ ପାଇ ଛୁଆମାନଙ୍କୁ ଧରି ବାପଘର ଗାଁକୁ ଫେରି ଆସିଥିଲେ କବିତା। ଭାଇମାନେ ଗ୍ରାମ ନିକଟରେ କୁଡ଼ିଆଟିଏ କରିଦେବାରେ ସେହି ଘରେ ୫ ଛୁଆଙ୍କୁ ଧରି ମୂଲମଜୁରି କରି ଦିନ କାଟୁଛନ୍ତି ସେ।

ଚାଳ ଛପର କରିବା ତ ଦୂର କଥା ଔଷଧ ଟିକେ ଆଣିବା ପାଇଁ ଟଙ୍କା ନାହିଁ ତାଙ୍କ ପାଖରେ। ତେଣୁ ବାଧ୍ୟହୋଇ କୁଡ଼ିଆରେ ଜରି ପାଲ ପକାଇ ରହୁଛନ୍ତି। ଏଭଳି ଦୟନୀୟ ଅବସ୍ଥାରେ ରହୁଥିବା କବିତାଙ୍କ ପରିବାରର ୬ ଜଣଙ୍କ ପାଇଁ ମାସକୁ ୨୫ କେଜି ଚାଉଳ ଦେଇ ନିଜର କାର୍ତ୍ତବ୍ୟ ସାରିଦେଇଛି ପ୍ରଶାସନ। ବ୍ଲକକୁ ଦୌଡ଼ିବା କିମ୍ବା କାହାରିକୁ ହାତଗୁଞ୍ଜ ଦେଇ କାର୍ୟ୍ୟ ହାସଲ କରିବା କ୍ଷମତା ନ ଥିବାରୁ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି ସେ। କବିତାଙ୍କ ଏପରି ପରିସ୍ଥିତିରେ ଆବାସ ଗୃହ ବିଷୟରେ ନୂଆଗାଁ ବିଡିଓ ପ୍ରମୋଦ କୁମାର ଦଳବେହେରାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତାଲିକାରେ ନାଁ ନ ଥିବାରୁ ଘର ଯୋଗାଇଦେବା ସମ୍ଭବ ନୁହେଁ ବୋଲି ରୋକଠୋକ କହିଥିଲେ ସେ। ତେବେ ଜରୁରୀକାଳୀନ ଭିତ୍ତିରେ ଘରଟିଏ ଯୋଗାଇଦେବା ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜାକେଡ଼ା ସରପଞ୍ଚ ତ୍ରିଲୋଚନ ସାହୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼