Masthead

ଚିକିତ୍ସା ପାଇଁ ବାଧକ ଅର୍ଥ

ସତ୍ୟବାଦୀ, (ବଡ଼ ଖବର ବ୍ୟୁରୋ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଦୁଗଲ ପଞ୍ଚାୟତ ଆଠାଇଶ ଗ୍ରାମରେ ରୁହନ୍ତି ଶରତ ଭୋଇ, ତାଙ୍କ ସ୍ତ୍ରୀ ବସୁ ଭୋଇ ଓ ଦୁଇ ପୁଅ ଆକାଶ ଏବଂ ବାଦଲ। ଦୁଇ ପୁଅଙ୍କ ବୟସ ଯଥାକ୍ରମେ ୮ ଓ ୧୨ ବର୍ଷ। ଶରତ ହେଉଛନ୍ତି ଦିନମଜୁରିଆ ଏବଂ ବସୁ ଜଣେ ଗୃହିଣୀ। ଶହର ମୂଲମଜୁରି ଲାଗି ଯାହା ରୋଜଗାର କରନ୍ତି ସେଥିରେ ଦୁଃଖସୁଖରେ ଚାଲିଥିଲା ଛୋଟ ସଂସାର। ସଞ୍ଚୟ କ’ଣ ଜାଣିନାହାନ୍ତି। ତେବେ ହଠାତ୍ ଏହି ପରିବାର ଉପରେ ଘନାଇଲା ଦୁଃଖର କଳାବାଦଲ। ବସୁଙ୍କ ଛାତିର ଗୋଟିଏ ପାର୍ଶ୍ୱରେ ଯନ୍ତ୍ରଣା ଅନୁଭବ ହେଲା। ପ୍ରଥମେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଇ ଔଷଧ ଖାଇଥିଲେ। କିନ୍ତୁ ଭଲ ନ ହେବାରୁ ଡାକ୍ତର ତାଙ୍କୁ ବଡ଼ ଡାକ୍ତରଖାନାରେ ଦେଖାଇବାକୁ ପରାମର୍ଶ ଦେଇଥିଲେ। ହେଲେ ବଡ଼ ଡାକ୍ତରଖାନାରେ ଦେଖାଇବା ପାଇଁ ଶରତଙ୍କ ପାଖରେ ନ ଥିଲା ଟଙ୍କା। ପଡ଼ୋଶୀ ଓ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ଭେଟିଥିଲେ ଶରତଙ୍କ ପରିବାର। ବିଧାୟକ ଓ ସରପଞ୍ଚଙ୍କ ସହାୟତାରେ ୨୦୧୭ ଅକ୍ଟୋବର ୨୭ରେ ପ୍ରଥମେ ବସୁଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ବସୁ ସ୍ତନକର୍କଟ ରୋଗରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ଆଚାର୍ୟ୍ୟ ହରିହର ଆଞ୍ଚଳିକ କ୍ୟାନସର ସେଣ୍ଟରରେ ଭର୍ତ୍ତି କରାଗଲା। ବସୁଙ୍କୁ ଦୁଇଟି କେମୋ ମଧ୍ୟ ଦିଆଯାଇଥିଲା। କିଛିଦିନ ବ୍ୟବଧାନ ପରେ ସେ ତୃତୀୟ କେମୋ ନେବାର ଥିଲା। କିନ୍ତୁ ଆର୍ଥିକ ଅନଟନ କାରଣରୁ କେମୋ ନେବାରୁ ବଞ୍ଚିତ ହୋଇଥିଲେ ବସୁ। ସେହି ଦିନଠୁ ଆଜିପର୍ୟ୍ୟନ୍ତ ରୋଗଶଯ୍ୟାରେ ପଡ଼ିରହିଛନ୍ତି ସେ। ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ଦୁଇପିଲା ଓ ସ୍ୱାମୀଙ୍କ ପାଇଁ ଚୁଲିମୁଣ୍ଡରେ ବସି ଖାଦ୍ୟ ରାନ୍ଧୁଛନ୍ତି। ଭାରତ ସରକାର ଉଜ୍ଜ୍ୱଳା ଯୋଜନା କରି ଗରିବ ପରିବାରକୁ ଗ୍ୟାସ୍ ଯୋଗାଇ ଦେଉଛନ୍ତି। କିନ୍ତୁ ଏଠାରେ ଫେଲ୍ ମାରିଛି ଏହି ଯୋଜନା। କେବଳ ରାଜ୍ୟ ସରକାରଙ୍କ ରାସନ କାର୍ଡ ଯୋଜନା ମାଧ୍ୟମରେ ପାଉଛନ୍ତି ଚାଉଳ ଓ କିରୋସିନ। ନା ମିଳିଛି ପ୍ରଧାନମନ୍ତ୍ରୀ ଆବାସ ନା ବିଜୁ ପକ୍କା ଘର। ଝାଟି ମାଟି ପାଲ ତଳେ ବିତୁଛି ଏହି ପରିବାରର ଜୀବନ। ଏ ସମ୍ପର୍କରେ ଶରତ ଗତକାଲି ପୁରୀ ଜିଲ୍ଲାପାଳଙ୍କୁ ଅବଗତ କରି ସହାୟତା ପାଇଁ ଏକ ଦରଖାସ୍ତ ପ୍ରଦାନ କରିଛନ୍ତି। ତେବେ ଏ ଖବର ପ୍ରସାରିତ ହେବା ପରେ କି ପ୍ରକାର ସହାୟତା ମିଳିପାରୁଛି ତାହା ଦେଖିବାକୁ ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି