Masthead

ନୂଆବର୍ଷ ପାଇଁ ପୁରୀରେ ଟ୍ରାଫିକ କଟକଣା

ପୁରୀ (ବଡ଼ ଖବର ବ୍ୟୁରୋ): ନୂଆ ବର୍ଷ ପାଇଁ ଚଳଞ୍ଚଳ ଶ୍ରୀକ୍ଷେତ୍ର । ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲାଗୁଛି ଭିଡ଼। ତେଣୁ ପୁରୀରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଛି ପୋଲିସ । ଆଜି ରାତି ୧୨ଟାରୁ ୨ତାରିଖ ରାତି ୧୨ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ମାର୍କେଟ ଛକଠାରୁ ସିଂହଦ୍ୱାର ପର୍ୟ୍ୟନ୍ତ ବଡ଼ଦାଣ୍ଡକୁ ନୋ ଭେହିକିଲ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ସେହିପରି ଦିଗବାରେଣୀରୁ ବତୀଘର ପର୍ଯ୍ୟନ୍ତ ସମୁଦ୍ରକୂଳ ରାସ୍ତାକୁ ନୋ-ଭେହିକଲ୍ ଜୋନ ଭାବେ ଘୋଷଣା କରାଯାଇଛି। ସମସ୍ତ ଆନ୍ତରାଜ୍ୟ ଟୁରିଷ୍ଟ ବସ୍ ଓ ସ୍ଥାନୀୟ ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ। ନିୟମିତ ଯାତ୍ର ପରିବହନ କରୁଥିବା ବସ୍ ଉପରେ କୌଣସି କଟକଣା ନାହିଁ । ସମସ୍ତ ହାଲୁକା ଯାନ ପାଇଁ ଶରଧାବାଲି ପାର୍କିଂ, ଜେଲରୋଡ ପାର୍କିଂ ଓ ଜଗନ୍ନାଥବଲ୍ଲଭ ପାର୍କିଂରେ ବ୍ୟବସ୍ଥା ହୋଇଛି। ପୁରୀ ବାସିନ୍ଦାଙ୍କ ପାଇଁ ସବୁଠୁ କମ୍ କଟକଣା ରହିବ ବୋଲି ପୋଲିସ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ