Before Header

୨୩ ଦେଲା ଏମିତି ଦୁଃଖ, ରୋହିତଙ୍କ ସହ କାନ୍ଦିଲା ସାରା ଦେଶ

0 595

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୩ ଦେଲା ଏମିତି ଦୁଃଖ । ରୋହିତଙ୍କ ସହ କାନ୍ଦିଲା ସାରା ଦେଶ । ସବୁ ଭାବିଥିଲେ ଭାରତ ଜିତିବ କପ୍ । ଫାଇନାଲରେ ଟିମ୍ ଇଣ୍ଡିଆ ହେଲା ଫ୍ଲପ୍ । ୨୩ରେ ବିଶ୍ୱ କ୍ରିକେଟର ସବୁଠୁ ବଡ଼ ଇଭେଣ୍ଟ ଥିଲା ଭାରତରେ ଅନୁଷ୍ଠିତ ବିଶ୍ୱକପ୍ । ୧୨ ବର୍ଷ ପରେ ବିଶ୍ୱ ବିଜେତା ହେବ ଭାରତ । ହେଲେ ୨୩ରେ ସେ ସ୍ୱପ୍ନ ପୂରା ହେଲାନି । ହତାଶ, ନିରୁତ୍ସାହ, ସ୍ୱପ୍ନ ଧୂଳିସାତ । ଚାରିଆଡ଼େ କେବଳ ନିରାଶା ହିଁ ନିରାଶା । ଶୂନଶାନ ପୂରା ଭାରତ । ନରେନ୍ଦ୍ର ମୋଦି ଷ୍ଟାଡିୟମ ଠାରୁ ଆରମ୍ଭ କରି ପୂରା ଦେଶ ସବୁଠି ହତାଶର ଚିହ୍ନ । ଅଧା ରହିଗଲା ଭାରତର ବିଶ୍ୱକପ୍ ଜିତିବାର ସ୍ୱପ୍ନ । ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ ଯେମିତି କ୍ଷଣିକରେ ଭାଙ୍ଗି ଚୁରମାର ହୋଇଗଲା ।

ରୋହିତ ଶର୍ମାଙ୍କ କ୍ୟାପଟେନ୍ସିରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳିବା ସହ ଫାଇନାଲରେ ପ୍ରବେଶ କରିଥିଲା ଭାରତ । ଭାରତ ମାଟିରେ ବିଶ୍ୱ ବିଜେତା ହୋଇ ନୂଆ ଇତିହାସ ରଚିବା ଲକ୍ଷ୍ୟରେ ଥିଲା ଦଳ । ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ ସାକାର କରିବା ପାଇଁ ରୋହିତ ଶର୍ମା ଆଣ୍ଡ କୋ ମଇଦାନକୁ ଓହ୍ଲାଇଥିଲେ । ଷ୍ଟାଡ଼ିୟମରେ ଲକ୍ଷ ଲକ୍ଷ ଭାରତୀୟ ଟିମ ଇଣ୍ଡିଆର ମନୋବଳ ବଢାଇବା ପାଇଁ ଉପସ୍ଥିତ ଥିଲେ । ଇଣ୍ଡିଆ …ଇଣ୍ଡିଆ ଧ୍ୱନିରେ ଫାଟିପଡ଼ୁଥିଲା ନରେନ୍ଦ୍ର ମୋଦି ଷ୍ଟାଡିୟମ । ଖାଲି ଷ୍ଟାଡିୟମରେ ନୁହେଁ ପୁରା ଦେଶର ଆଖି ପଲକ ପଡ଼ୁନଥିଲା । ପ୍ରତିଟି ବଲରେ ରହିଥିଲା ସମସ୍ତଙ୍କ ନଜର । ଧଡ଼କନ ତେଜ ହେବା ସହ ସମସ୍ତଙ୍କ ନଜର ରହିଥିଲା ନିଜ ନିଜର ଫ୍ୟାଭ କ୍ରିକେଟରଙ୍କ ଉପରେ ।

ଫାଇନାଲ ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ କରି ଥିଲା ଭାରତ । ପ୍ରଥମେ ରୋହତି ଶର୍ମା ଓ ଶୁଭମନ ଗିଲ ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ କ୍ରିକେଟପ୍ରେମୀଙ୍କୁ ନିରାଶ କରଥିଲେ । ପରେ ଆସିଲେ ବିରାଟ କୋହଲି । ବିରାଟଙ୍କ ଧୂଆଁଧାର ବ୍ୟାଟିଂ ଦେଖି ଲୋକଙ୍କ ମନରେ ଟିକେ ଉତ୍ସାହ ବଢିଥିଲା । ବିରାଟ ଓ ରୋହିତଙ୍କ ପାଟନରସିପ ମ୍ୟାଚରେ ନୂଆ ମୋଡ଼ ଆଣିଥିଲା । ରାହୁଲ ୬୬, ବିରାଟ ୫୪, ଓ ରୋହିତ ଶର୍ମାଙ୍କ ୪୭ ରନକୁ ଛାଡ଼ି ଦେଲେ ଅନ୍ୟ କୌଣସି ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରିପାରିନଥିଲେ ।

ଟିମ ଇଣ୍ଡିଆ ସମସ୍ତ ୱିକେଟ ହରାଇ ଅଷ୍ଟ୍ରେଲିଆକୁ ୨୪୧ର ଟାର୍ଗେଟ ଦେଇପାରିଥିଲା । କିନ୍ତୁ ଟ୍ରାଭିସ ହେଡ ଭାରତର ସବୁ ସ୍ୱପ୍ନକୁ ଭାଙ୍ଗି ଚୁରମାର କରି ଦେଇଥିଲେ । ୧୨୦ ବଲରେ ୧୩୭ ରନ ସହ ୧୫ ଟି ଚୌକା ଓ ୪ଟି ଛକା ମାରିଥିଲେ । ଲାବୁଶାନ ଶେଷ ଯାଏ ୧୧୦ ବଲରେ ୫୮ ରନ କରି ଅଷ୍ଟ୍ରେଲିଆକୁ ବିଶ୍ୱ ବିଜୟୀ କରିଥିଲେ । କାମ ଦେଇ ନଥିଲା ଶାମି, ବୁମର. ଜାଡେଜାଙ୍କ ବୋଲିଂ । ଭାରତ ମାଟିରେ ଷଷ୍ଠଥର ବିଶ୍ୱ ବିଜେତା ହୋଇଥିଲା କଙ୍ଗାରୁ ଦଳ । ଆଉ ସବୁ ଭାରତୀୟଙ୍କ ହୃଦୟ ଭାଙ୍ଗି ଚୁରମାର ହୋଇଯାଇଥିଲା ।

ସ୍ତବ ହୋଇଯାଇଥିଲା ସାରା ଦେଶ । ଶୂନଶାନ ରାତି ହୋଇଥିଲା ଆହୁରି ଶୂନଶାନ । ଦୁଃଖରେ ଭାଙ୍ଗିିପଡ଼ିଥିଲା ଟିମ୍ ଇଣ୍ଡିଆ । କୌଣସି ଖେଳାଳିଙ୍କୁ ଦେଖିବା ବହୁତ କଷ୍ଟଦାୟକ ଥିଲା । ସବୁଠୁ ବେଶୀ କଷ୍ଟ ଦେଇଥିଲା ରୋହିତଙ୍କ ଆଖିର ଲୁହ ।

ଖାଲି ରୋହିତ ନୁହନ୍ତି କୋହଲି, ସିରାଜ, କେଏଲ ରାହୁଲ, ଜାଡେଜା, ସାମି ସମସ୍ତଙ୍କ ଆଖିରୁ ଝରିଥିଲା ଲୁହ । ସବୁ ଥର ପରି ଡ୍ରେସିଂ ରୁମରେ ନଥିଲା ସେଭଳି କ୍ରେଜ । ପୂରା ଅନ୍ଧାର ଛାଇ ଯାଇଥିଲା । କିଛି ଚେହେରା ବି ମିସିଂ ଥିଲା । ସାନ୍ତ୍ୱନା ଦେବା ପାଇଁ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ । ଆଉ ଖେଳାଳିମାନଙ୍କ ବଢାଇଥିଲେ ମନୋବଳ । ୨୦୨୩ ଥିଲା ଭାରତୀୟ କ୍ରିକେଟ ପାଇଁ ସଫଳତା ଓ ବିଫଳତାର ମିଶ୍ରିତ ବର୍ଷ ।

Leave A Reply

Your email address will not be published.