କେନ୍ଦ୍ରପଡ଼ା (ବଡ଼ ଖବର ବ୍ୟୁରୋ): ସହିରା ହତ୍ୟା ଘଟଣା, ତିନିଜଣଙ୍କ ନାମରେ ଏତଲା ଦେଲେ ମୃତକଙ୍କ ଦାଦା । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ସହିରା ଗାଁରେ ରାଜନୈତିକ ଶତ୍ରୁତାରୁ ଶୁକ୍ରବାର ରାତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ତିନିଜଣଙ୍କ ନାମରେ ଆଳି ଥାନାରେ ଲିଖିତ ଅଭିଯୋଗ କଲେ ମୃତ ଅମିତଙ୍କର ଦାଦା ମନୋରଞ୍ଜନ ପାତ୍ର । ଗତ ସରପଞ୍ଚ ନିର୍ବାଚନରେ ଅମିତଙ୍କ ଦାଦା ନିର୍ବାଚନ ହାରିବା ପରେ ରଶ୍ମିରଞ୍ଜନ ରାଉଳଙ୍କର ସମ୍ପର୍କୀୟ ନିର୍ବାଚନୀରେ ବିଜୟୀ ହେବାପରେ ସେବେଠୁ ଦ୍ୱନ୍ଦ୍ୱ ଲାଗି ରହିଥିଲା ।
ଏହି ହତ୍ୟା ଘଟଣାରେ ପୋଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି । ସହିରା ଗାଁରେ ପୋଲିସ ମୁତୟନ କରାଯାଇଛି । ଅମିତଙ୍କର ଶବ ଦେଖିବା ପାଇଁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ପହଞ୍ଚିଛନ୍ତି ।