Masthead

ମହାକାଳୀ ପୀଠରେ ପୋଲିସ-ଜନତା ଖଣ୍ଡଯୁଦ୍ଧ

ବଡ଼ମ୍ବା (ବଡ଼ ଖବର ବ୍ୟୁରୋ): ମହାକାଳୀ ପୀଠରେ ପୋଲିସ ଏବଂ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ବୁଧବାର ବିଳମ୍ବିତ ରାତ୍ରିରେ ବଡ଼ମ୍ବା ଖାରୋଡ଼ ମହାକାଳୀଙ୍କର ବଳି ଉତ୍ସବରେ ଆଖପାଖ ଅଞ୍ଚଳର ଅନେକ ଲୋକଙ୍କ ସମାଗମ ହୋଇଥିଲେ। କୋଭିଡ ନିୟମକୁ ଭଙ୍ଗ କରୁଥିବା ଲୋକମାନଙ୍କୁ ଘଉଡାଇବାକୁ ପୋଲିସ ଚେଷ୍ଟା କରିଥିଲା । ଫଳରେ ପୋଲିସ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।ଏହାପରେ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା। ଯାହାକୁ କେନ୍ଦ୍ର କରି ଲୋକେ ତାତି ପୋଲିସ ଗାଡି ଭଙ୍ଗାରୁଜା କରିଥିଲେ।

ଲୋକମାନେ ପୋଲିସ ଉପରକୁ ଟେକା ପଥର ମାରିବା ସହ ଭ୍ୟାନକୁ ଭାଙ୍ଗିଦେଇଥିଲେ । ଏହାସହ ଆଇଆଇସିଙ୍କ ସହ ସମସ୍ତ ପୋଲିସଙ୍କୁ ଗୋଟିଏ ଘରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦକରି ରଖିଥିଲେ। ପଥର ମାଡରେ ୨ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ପରେ ଆଠଗଡ ଏସଡିପିଓ ଘଟଣାସ୍ଥଳରେ ୩ପ୍ଲାଟୁନ ପୋଲିସ ନେଇ ଉତେଜିତ ଲୋକଙ୍କୁ ବୁଝାଇବାପରେ ପରିସ୍ଥିତି ଶାନ୍ତ ପଡିବା ସହ ବଡମ୍ବା ପୋଲିସକୁ ଲୋକମାନେ ଛାଡିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ