Masthead

ଜାଣନ୍ତୁ କୃଷି କର୍ମଣ ପୁରସ୍କାର ସତ, ଯାହା ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଲୁଚେଇ ରଖିଥିଲେ…

(ବଡ଼ ଖବର ବ୍ୟୁରୋ): ଆମ ରାଜ୍ୟ ସରକାର କହୁଛନ୍ତି, ଓଡ଼ିଶା କୃଷି କ୍ଷେତ୍ରରେ ଦେଶରେ ନମ୍ବର ୱାନ । ସେଥିପାଇଁ ବାରମ୍ବାର ଆମେ କୃଷି କର୍ମଣ ପୁରସ୍କାର ପାଉଛୁ । ଆମ ଚାଷୀଙ୍କ ଏଭଳି ଦୁର୍ଦ୍ଦଶା ପରେ ବି ଆମେ କେମିତି ଦେଶରେ ଏତେ ଥର ନମ୍ବର ୱାନ ହେଉଛୁ, ଜାଣିବାକୁ ଉତ୍ସୁକ ହେଲୁ । ଦେଶର ଅନ୍ୟ ରାଜ୍ୟରେ ଆମଠାରୁ ବି ଖରାପ ସ୍ଥିତି କି ଜାଣିବାକୁ ଚାହିଁଲୁ । ଯେଉଁ ତଥ୍ୟ ଦେଖିଲୁ, ତାହା ଆମକୁ ଚକିତ କଲା ।

ଆମ ସରକାର କେବେ ବି ଆମକୁ ସେ କଥା କହିନାହାନ୍ତି । ଅଧିକାଂଶ ଲୋକେ ଏକଥା ଜାଣି ନ ଥିବେ, ଓଡ଼ିଶା କୃଷି କ୍ଷେତ୍ରରେ ଦେଶର ନମ୍ବର ୱାନ ରାଜ୍ୟ ଭାବେ କୃଷି କର୍ମଣ ପାଉ ନାହାନ୍ତି । ଦେଶର କୃଷି କ୍ଷେତ୍ରରେ ଆଗୁଆ ରାଜ୍ୟ ମାନଙ୍କୁ ନେଇ କ୍ୟାଟେଗୋରୀ ୱାନ୍ ରହିଛି । ଯେଉଁଥିରେ ଓଡ଼ିଶା ନାହିଁ । ଏଥିରେ ପଂଜାବ, ହରିୟାଣା, ପଶ୍ଚିମବଂଗ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଭଳି ରାଜ୍ୟ ରହିଛି । ଯେଉଁଠି ୧୦ ମିଲିୟନ ଟନରୁ ଅଧିକ ଫସଲ ଉତ୍ପାଦନ ହୁଏ ।

ଆମ ରାଜ୍ୟ କ୍ୟାଟେଗୋରୀ ଟୁ ରେ ରହିଛି । ଯେଉଁଠି ୧୦ ମିଲିୟନ ଟନରୁ କମ୍ ଶସ୍ୟ ଉତ୍ପାଦନ ହୁଏ । ମାନେ ଆମ ଦେଶର ଏକ ନମ୍ବର ହେବା ତ ଦୂରର କଥା ଆଗୁଆ ରାଜ୍ୟମାନଙ୍କ କ୍ୟାଟେଗୋରୀରେ ବି ନାହାନ୍ତି । ଓଡ଼ିଶା ସରକାର ଦୁଇ ନମ୍ବର କ୍ୟାଟେଗୋରୀର ରାଜ୍ୟମାନଙ୍କ ମଧ୍ୟରେ ପ୍ରଥମ ହୋଇ ଏଠି ପ୍ରଚାର କରୁଛନ୍ତି କି ସାରା ଦେଶରେ ପ୍ରଥମ ହୋଇଗଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ