Masthead

“ଖୋଲା ମଞ୍ଚରେ ଏତେ କ୍ୟାମେରାର ସାମ୍ନା କେବେ କରିବେ ମୋଦି”

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଲଖିମପୁର ଖେରୀ ହିଂସା ମାମଲାକୁ ନେଇ ଆଜି କଂଗ୍ରେସର ରାଷ୍ଟ୍ରପତିଙ୍କୁ ଭେଟିଛି । ତେବେ ରାହୁଲଗାନ୍ଧିଙ୍କ ସହ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟି ସାରିବାପରେ ରାହୁଲ ଗାନ୍ଧି ଗରମାଦ୍ୟମ ସହ ଆଲୋଚନା କରିଛନ୍ତି । ସେ ହିଛନ୍ତି ଯେଉଁ ପରିବାର ର ସଦସ୍ୟ ମାନଙ୍କୁ ଗାନି ଚଢ଼ାଇ ହତ୍ୟ କରାଯାଇଛି ସେମାନଙ୍କୁ ନ୍ୟାୟ ମିଳିବା ଆବଶ୍ୟକ ।

ତେବେ ଏହାପରେ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ଭି ଆଜି ଏକ ଫଟୋ ସେୟାର କରି ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି ଟ୍ୱିଟ୍ କରିଛନ୍ତି । ରାଷ୍ଟ୍ରପତି ଭବନ ବାହାରେ ଗରମାଧ୍ୟମ ପ୍ରତିନିଧି ମାନଙ୍କ ଭିଡ଼ ଲାଗିଥିଲା । ଏବଂ ସେମାନଙ୍କ ସହ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଆଲୋଚନା ମଧ୍ୟ କରୁଥିଲେ । ଏହି ଫଟୋ ସହ ବି.ଭି.ଶ୍ରୀନିବାସନ ମୋଦିଙ୍କୁ ଟାର୍ଗେଟ କରି ଲେଖିଛନ୍ତି । ସେ ଲେଖିଛନ୍ତି ମୋଦି ଜି, ଖୋଲା ମଞ୍ଚରେ ଏତେ କ୍ୟାମେରାକୁ ସାମ୍ନା କରିବାକୁ ସାହାସ କେବେ କରିବେ । ତେବେ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’