Masthead

ଖସିଲା ଲୋକପ୍ରିୟତା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୬୬%ରୁ ୨୪%କୁ ଖସିଲା ମୋଦିଙ୍କ ଲୋକପପ୍ରିୟତା । ଇଣ୍ଡିଆ ଟୁଡେର ଏକ ସର୍ଭେ ମୁଡ ଅଫ ଦ ନେସନ ଏହି ଆକଳନ କରିଛି । ଏହି ସର୍ଭେ ଅନୁସାରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କୁ ମାତ୍ର ୨୪% ଲୋକ ଚାହୁଁଛନ୍ତି । ୨୦୨୦ ଅଗଷ୍ଟ ମାସରେ ଏହା ୬୬% ରହିଥିଲା । କିନ୍ତୁ ଚଳିତ ବର୍ଷ ଅଗଷ୍ଟ ବେଳକୁ ଏହା ଖସି ୬୬%ରୁ ୨୪%ରେ ପହଞ୍ଚିଛି ।

ତେବେ ଏହାପଛରେ ସବୁଠାରୁ ବଡ଼ କାରଣ ରହିଛି କରୋନାର ଦ୍ୱିତୀୟ ଲହରରେ ନରେନ୍ଦ୍ର ମୋଦି ସରକାରଙ୍କ ବିଫଳତା । ସେହିପରି ଦ୍ୱିତୀୟ ସବୁଠାରୁ ବଡ଼ ଆଉ ଚର୍ଚ୍ଚିତ କାରଣ ହେଉଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଙ୍କୁ ୧୧% ଲୋକ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଯୋଗ୍ୟ ବୋଲି ଭାବୁଛନ୍ତି । ତାଙ୍କ ପଛକୁ ରହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୋଟ ୧୦% ଲୋକ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଯୋଗ୍ୟ ବୋଲି ଭାବୁଛନ୍ତି ।

ଉଭୟ ଯୋଗୀ ଓ ରାହୁଲଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । ତେବେ ମୁଖ୍ୟମନ୍ତ୍ରୀ ର୍ୟାଙ୍କିଂକୁ ନଜର ପକାଇଲେ ୭ ନଂରେ ରହିଛନ୍ତି ଯୋଗୀ ଆଦିତ୍ୟନାଥ । ବିଜେପିର ମାତ୍ର ୨ଜଣ ମୁଖ୍ୟମନ୍ତ୍ରୀ ଶେଷ୍ଠ ୧୦ଜଣଙ୍କ ମଧ୍ୟରେ ରହିଛନ୍ତି । ତେବେ କୋଭିଡର ଦ୍ୱିତୀୟ ଲହରର ବିଫଳତାକୁ ନେଇ ୨୭% ଲୋକ ବିଭିନ୍ନ ଉତ୍ସବ ଓ ପର୍ବପର୍ବାଣୀରେ ଲୋକ ମାନଙ୍କ ଏକାଠି ହେବାକୁ ଦାୟୀ କରିଥିବା ବେଳେ ୧୦% ଲୋକ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ସେହିପରି ୧୩% ଲୋକ କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିବା ବେଳେ ୪୨% ଲୋକ ଉଭୟ କେନ୍ଦର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ